ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ପ୍ରକାଶ ପାଇଲା ୧୦୭ ପୌରାଞ୍ଚଳ ପାଇଁ ସଂରକ୍ଷଣ ତାଲିକା

0


ରାଜ୍ୟରେ ୧୦୭ ପୌରାଞ୍ଚଳ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ରାଜ୍ୟ ନିର୍ବାଚନ କମିଶନ କାଉନସିଲରଙ୍କ ପାଇଁ ତାଲିକା ପ୍ରକାଶ କରିଛନ୍ତି । ମୋଟ ୧୭୫୬ଟି ୱାର୍ଡରୁ ୬୬୮ଟି ଅଣସଂରକ୍ଷିତ ରହିଛି । ମହିଳାଙ୍କ ପାଇଁ ୬୧୩ଟି ୱାର୍ଡ ସଂରକ୍ଷିତ ରହିଛି । ସେହିପରି ଏସସିଙ୍କ ୧୨୨ ଓ ଏସସି ମହିଳାଙ୍କ ପାଇଁ ୧୭୧ଟି ୱାର୍ଡ ଓ ଏସଟି ପାଇଁ ୪୯, ଏସଟି ମହିଳାଙ୍କ ପାଇଁ ୧୩୩ଟି ୱାର୍ଡ ସଂରକ୍ଷିତ ରହିଛି ।

ସେହପରି ମୁଖ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀଙ୍କ ସୂଚନା ଅନୁସାରେ, ଫେବୃଆରୀ ୧୦ ତାରିଖରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇବ । ଦାବି ଓ ଆପତ୍ତି ଅଭିଯୋଗ ଦାଖଲ ପାଇଁ ୬ ଦିନ ସମୟ ଦିଆଯିବ । ।ଫେବୃଆରୀ ୧୧ରୁ ଫେବୃଆରୀ ୧୬ ଯାଏ ଦାବି ଓ ଆପତ୍ତି ନେଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ଦାଖଲ ହୋଇପାରିବ । ଏହା ପରେ ୧୮ରେ ଦାବି ଓ ଆପତ୍ତି ଗୁଡିକର ତଦନ୍ତ ଓ ଫଇସଲା ହେବ । ଫେବୃଆରି ୨୪ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ୨୮ରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭୋଟର ତାଲିକା ଦିଆଯିବ । ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ ପ୍ରେସ ମିଟ୍‌ରେ ଏନେଇ ସୂଚନା ଦେଇଛନ୍ତି । ପୌର ଓ ଏନଏସି ନିର୍ବାଚନ ନେଇ ପ୍ରସ୍ତୁତି ଚାଲିଥିବା ବେଳେ ଖୁବଶୀଘ୍ର ନିର୍ବାଚନ ତାରିଖ ଓ ସଂଶୋଧିତ ୱାର୍ଡ ତାଲିକା ପ୍ରକାଶ ପାଇବ। ପଞ୍ଚ।ୟତ ନିର୍ବାଚନ ପରେ ଏନେଇ ତାରିଖ ଘୋଷଣା ହୋଇପାରେ ।

Leave A Reply

Your email address will not be published.