ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ଆଜିଠୁ ଆଇପିଏଲ ନିଲାମ

0

ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ବେଙ୍ଗାଲୁରୁରେ ଆରମ୍ଭ ହେବ ଆଇପିଏଲ ମହାନିଲାମି । ଆଜି ଦିନ ୧୧ଟାରୁ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ଏଥର ଆଇପିଏଲରେ ଯୋଡି ହୋଇଛନ୍ତି ଦୁଇଟି ନୂଆ ଦଳ । ଗୁଜୁରାଟ ଟାଇଟନ୍ସ ଓ ଲଖନର ସୁପରିଜିଆ ଓ ଏଥର ନୂଆ ଦଳ ଭାବେ ଆଇପିଏଲରେ ଯୋଗ ଦେବେ। ବଡ଼ ବଡ଼ ଖେଳାଳିଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ପ୍ରସ୍ତୁତ ହୋଇସାରିଛନ୍ତି ସବୁ ଟିମ୍ ।

ଚଳିତବର୍ଷ ନିଲାମରେ ବହୁ ନାମିଦାମି କ୍ରିକେଟର ଅଂଶଗ୍ରହଣ କରିବେ । ୫୯୦ ଜଣ କ୍ରିକେଟର ନିଲାମ ହେବ । ତେବେ ଏଥର ୨ ଓଡିଆ ଖେଳାଳିଙ୍କ ଉପରେ ନଜର ରହିଛି । ଏଥର ଶିଖର ଧୱନ,ଶ୍ରେୟାସ ଆୟର, ସୁରେଶ ରାଇନା, ମହମ୍ମଦ ସାମି, ଦେବଦ ପାଡିକଲ, ମନୀଷ ପାଣ୍ଡେଙ୍କ ଭଳି ଭାରତୀୟ ଖେଳାଳିଙ୍କ ଉପରେ ନଜର ରଖିବେ ଫ୍ରାଞ୍ଚାଇଜ। ସେହିଭଳି କୋଭିଡ ୱାର୍ଣ୍ଣର, ଫାପ ଡୁପ୍ଲେସିସ, ଟ୍ରେ ବୋଲ୍ଟ, ପ୍ୟାଟ କୁମିନ୍ସଙ୍କ ଦଳମାନଙ୍କର ପ୍ରଥମ ପସନ୍ଦ ରହିବେ ।

ସେହିପରି ଆସନ୍ତାକାଲି ୧୬୧ ଜଣ ଖେଳାଳିଙ୍କୁ ନିଲାମ କରାଯିବ ।କାଲି ଦିନ ୧୨ଟାରୁ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ଏଥର ୧୦ରୁ ଅଧିକ କ୍ରିକେଟରଙ୍କ ନାଁରେ ୧୦ କୋଟିରୁ ଅଧିକ ଟଙ୍କାର ନିଲାମି ହୋଇପାରେ । କିଛି ଖେଳାଳିଙ୍କ ନାଁରେ ପାଖାପାଖି ୨୦ କୋଟି ଟଙ୍କା ମଧ୍ୟ ନିଲାମ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଅୟର ସବୁଠାରୁ ମହଙ୍ଗା ଖେଳାଳି ହୋଇପାରନ୍ତି । କ୍ରିକେଟ ଫ୍ୟାନ୍ସ ଓ ଖେଳାଳି ମାନେ ଏହି ମେଗା ନିଲାମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

Leave A Reply

Your email address will not be published.