ରାଜ୍ୟରେ କରୋନା ସଂକ୍ରମଣ କମିଆସୁଥିବାରୁ ଜଗା ଦର୍ଶନ ପାଇଁ କଟକଣା ଆହୁରି କୋହଳ କରାଯାଇଛିା ଆସନ୍ତା ୨୧ ତାରିଖଠୁ ସହଜ ହେବ ଜଗା ଦର୍ଶନ । ଏଣିକି ଜଗାକୁ ଦେଖିବାକୁ ଆଉ ଆଉ ଟିକା ପ୍ରମାଣ ପତ୍ର ଆବଶ୍ୟକ ପଡିବନି । କେବଳ ମାସ୍କ ପିନ୍ଧି ଶ୍ରୀମନ୍ଦିର ଭିତରକୁ ଯିବା ବାଧ୍ୟତାମୂଳକ କରାଯାଇଛି ।ଆଜି ବସିଥିବା ଛତିଶାନିଯୋଗ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ନୀଳାଦ୍ରି ଭକ୍ତ ନିବାସରେ ଆଜି ଛତିଶାନିଯୋଗ ବୈଠକ ବସିଥିଲା । ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ବ୍ୟବସ୍ଥାକୁ କୋହଳ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା । ଏହା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆସି କଟକଣା କୋହଳ ନେଇ ସୂଚନା ଦେଇଥିଲେ । ଅଧିକାଂଶ ଲୋକ ଡବଲ ଡୋଜ ଟିକା ନେଇସାରିଥିବା ବେଳେ ବିନା ଟିକା ସାର୍ଟିଫିକେଟରେ ଶ୍ରୀମନ୍ଦିରରେ ପ୍ରବେଶ ନେଇ ନିଷ୍ପତ୍ତି ହୋଇଛି । ସେହିପରି ରାଷ୍ଟ୍ରପତିଙ୍କ ଗସ୍ତ ନେଇ ମଧ୍ୟ ଆଲୋଚନା ହୋଇଛି । ରାଷ୍ଟ୍ରପତି ପୁରୀ ଗସ୍ତ ବେଳେ କିଭଳି ଶ୍ରୀମନ୍ଦିର ଯାଇ ଶୃଙ୍ଖଳିତ ଭାବେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ସେ ନେଇ ବୈଠକରେ ଆଲୋଚନା ହୋଇଛି ।
ପ୍ରମୁଖ ଖବର
ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ