ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

କାଳିଆ ଦର୍ଶନ ପାଇଁ କଟକଣା କୋହଳ

0

ରାଜ୍ୟରେ କରୋନା ସଂକ୍ରମଣ କମିଆସୁଥିବାରୁ ଜଗା ଦର୍ଶନ ପାଇଁ କଟକଣା ଆହୁରି କୋହଳ କରାଯାଇଛିା ଆସନ୍ତା ୨୧ ତାରିଖଠୁ ସହଜ ହେବ ଜଗା ଦର୍ଶନ । ଏଣିକି ଜଗାକୁ ଦେଖିବାକୁ ଆଉ ଆଉ ଟିକା ପ୍ରମାଣ ପତ୍ର ଆବଶ୍ୟକ ପଡିବନି । କେବଳ ମାସ୍କ ପିନ୍ଧି ଶ୍ରୀମନ୍ଦିର ଭିତରକୁ ଯିବା ବାଧ୍ୟତାମୂଳକ କରାଯାଇଛି ।ଆଜି ବସିଥିବା ଛତିଶାନିଯୋଗ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ନୀଳାଦ୍ରି ଭକ୍ତ ନିବାସରେ ଆଜି ଛତିଶାନିଯୋଗ ବୈଠକ ବସିଥିଲା । ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ବ୍ୟବସ୍ଥାକୁ କୋହଳ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା । ଏହା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆସି କଟକଣା କୋହଳ ନେଇ ସୂଚନା ଦେଇଥିଲେ । ଅଧିକାଂଶ ଲୋକ ଡବଲ ଡୋଜ ଟିକା ନେଇସାରିଥିବା ବେଳେ ବିନା ଟିକା ସାର୍ଟିଫିକେଟରେ ଶ୍ରୀମନ୍ଦିରରେ ପ୍ରବେଶ ନେଇ ନିଷ୍ପତ୍ତି ହୋଇଛି । ସେହିପରି ରାଷ୍ଟ୍ରପତିଙ୍କ ଗସ୍ତ ନେଇ ମଧ୍ୟ ଆଲୋଚନା ହୋଇଛି । ରାଷ୍ଟ୍ରପତି ପୁରୀ ଗସ୍ତ ବେଳେ କିଭଳି ଶ୍ରୀମନ୍ଦିର ଯାଇ ଶୃଙ୍ଖଳିତ ଭାବେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ସେ ନେଇ ବୈଠକରେ ଆଲୋଚନା ହୋଇଛି ।

Leave A Reply

Your email address will not be published.