ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଆମେରିକାର ଦାବି କରୁଛି ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ

0

ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । କିନ୍ତୁ ୟୁକ୍ରେନ, ଋଷ ବିବାଦ ନେଇ କୌଣସି ସମାଧାନ ହୋଇପାରିଲାନି । ଏବେ ବିବାଦ ଆହୁରି ଉଗ୍ର ହେବାରେ ଲାଗିଛି । ଋଷ ଚାରିପଟୁ ୟୁକ୍ରେନକୁ ଘେରିସାରିଛି । ଦୁଇ ଦେଶ ମଧ୍ୟରେ ବିବାଦ ଏକ ପ୍ରକାର ଯୁଦ୍ଧ ଆଡକୁ ମୁହାଁଉଥିବା ଆମେରିକା ଦାବି କରିଛି । ଆମେରିକା ଗୁଇନ୍ଦା ସଂସ୍ଥାର କହିବା ଅନୁଯାୟୀ ଏବେ ଋଷ ଲକ୍ଷେ ୩୦ହଜାର ସୈନ୍ୟ ୟୁକ୍ରେନ ସୀମାରେ ଏକାଠି କରିସାରିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପାଖାପାଖି ଘଂଟାଏ ଧରି ପୁଟିନ୍‌ଙ୍କ ସହ ଫୋନରେ କଥାବାର୍ତ୍ତା କରିଥିଲେ । ସେ ୟୁକ୍ରେନ ଉପରେ କୌଣସି ପ୍ରକାର ଆକ୍ରମଣ ନ କରିବାକୁ ବୁଝାଇବା ସହ ଚେତାବନୀ ମଧ୍ୟ ଦେଇଥିଲେ । କିନ୍ତୁ ହ୍ୱାଇଟ ହାଉସର କହିବା ଅନୁସାରେ ୬୦ ମିନିଟ ଧରି ଚାଲିଥିବା ଏହି ବାର୍ତ୍ତାଳପରେ ସ୍ଥିତି ସୁଧାରିବାର କୌଣସି ସଙ୍କେତ ମିଳିଲାନି ।

ଆମେରିକା ଗୁଇନ୍ଦା ସଂସ୍ଥା ଦାବି କରିଛି ଯେ, ଆସନ୍ତା ଦୁଇ ଦିନ ମଧ୍ୟରେ ଅର୍ଥାତ ୧୬ ତାରିଖ ଦିନ ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ । ୟୁକ୍ରେନକୁ ଘେରିବା ପାଇଁ ମିଜାଇଲ,ଏୟାରଫୋର୍ସ,ନେଭି ଫୋର୍ସ ଓ ସ୍ପେଶାଲ ଫୋର୍ସକୁ ସୀମାରେ ମୁତୟନ କରିଛି ଋଷ । ଏହା ସହ ଗତକାଲି ସମୁଦ୍ରରେ ୬ଟି ଯୁଦ୍ଧ ଜାହାଜକୁ ଓହ୍ଲାଇଛି ଋଷ ସେନା ।ଏହି ୬ଟି ଯୁଦ୍ଧ ଜାହାଜ ଉଭୟ ଜଳ ଓ ସ୍ଥଳ ଭାଗରୁ ଆକ୍ରମଣ କରିବାରେ ସିଦ୍ଧହସ୍ତ । ଅନ୍ୟପଟେ ୟୁକ୍ରେନକୁ ରକ୍ଷା କରିବା ପାଇଁ ପ୍ରସ୍ତୁତ ରହିଛି ଆମେରିକା ।ରବିବାର ବାଇଡେନ ,ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ୫୦ ମିନିଟ ଧରି ଆଲୋଚନା କରିଥିଲେ । ବାଇଡେନ ,ୟୁକ୍ରେନକୁ ଭରସା ଦେଇଛି ଯେ, ଯଦି ଋଷ ୟୁକ୍ରେନ ଉପରେ ଆକ୍ରମଣ କରେ ତେବେ ଆମେରିକା ତାର ସହଯୋଗୀ ରାଷ୍ଟ୍ରମାନଙ୍କ ସହ ମିଶି ଜୋରଦାର ଆକ୍ରମଣ କରିବ ।


Leave A Reply

Your email address will not be published.