ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଦୋଷୀ ସାବ୍ୟସ୍ତ ହେଲେ ଲାଲୁ, ଯିବେ କି ଜେଲ?

0

ପୁଣି ଦୋଷୀ ସାବ୍ୟସ୍ତ ହେଲେ ଲାଲୁ ଯାଦବ । ଆଜି ରାଞ୍ଚି ସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରାଷ୍ଟ୍ରୀୟ ଜନତା ଦଳର ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ । ୯ ଶହରୁ ଅଧିକ କୋଟି ଟଙ୍କାର ଗୋଖାଦ୍ୟ ଜାଲିଆତି ଓ ଏହା ସମ୍ପର୍କିତ ଦୋରନ୍ଦା ଟ୍ରେଜେରୀରୁ ୧୩୫ କୋଟି ବେଆଇନ ଭାବେ ଉଠାଣ ମାମଲାରେ ଆଜି କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । କିନ୍ତୁ ବର୍ତମାନ ସୁଦ୍ଧା ଦଣ୍ଡ ଘୋଷଣା ହୋଇନାହିଁ । ଯଦି ଲାଲୁଙ୍କୁ ୩ ବର୍ଷରୁ କମ ଦଣ୍ଡ ଦିଆଯାଏ ତେବେ ଲାଲୁଙ୍କୁ ଜାମିନ ମିଳିପାରିବ । କିନ୍ତୁ ଯଦି ୩ ବର୍ଷରୁ ଅଧିକ ଦଣ୍ଡ ଦିଆଯାଏ ତେବେ ଲାଲୁଙ୍କୁ ପୁଣି ଥରେ ଜେଲ ଯିବାକୁ ପଡିପାରେ । କୋର୍ଟ ଲାଲୁ ଯାଦବଙ୍କ ସହିତ ୭୫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ତେବେ ପ୍ରମାଣ ଅଭାବରୁ ୬ ମହିଳା ସମେତ ୨୪ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଏହି ମାମଲାରେ କୋର୍ଟ ଫେବୃଆରୀ ୧୮ରେ ଦଣ୍ଡବିଧାନ ଶୁଣାଇବେ ।

ସୂଚନା ମୂତାବକ ,ଏହା ଗୋଖାଦ୍ୟ ଘୋଟାଲାର ଚତୃର୍ଥ ମାମଲାର ଶୁଣାଣି । ଏହା ପୂର୍ବରୁ ଅନ୍ୟ ୩ଟି ମାମଲାରେ ଶୁଣାଣି ହୋଇ ଲାଲୁଙ୍କୁ ଦଣ୍ଡାଦେଶ ହୋଇସାରିଛି । ଏହା ପୂର୍ବରୁ ଲାଲୁଙ୍କୁ ଚାରା ଘୋଟାଲା ମାମଲାରେ ୧୪ ବର୍ଷ ଜେଲଦଣ୍ଡ ହୋଇଥିଲା । ଏହା ସହିତ ତାଙ୍କୁ ୬୦ ଲକ୍ଷ ଜରିମାନା ଦେବାକୁ ପଡିଥିଲା । ଲାଲୁ ଜେଲରେ କିଛି ଦିନ କଟାଇବା ପରେ ଅସୁସ୍ଥତା କାରଣରୁ ଜାମିନ ପାଇ ଘରେ ରହୁଥିଲେ । ଏହି ଘଟଣାରେ ମୋଟ ୧୧୦ ଜଣଙ୍କ ନାଁରେ ମାମଲା ଦାଏର ହୋଇଥିଲା ବିଚାର ଅବଧି ସମୟରେ ଏଥିରେ ପାଖାପାଖି ୫୦ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଅନ୍ୟମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
ସିବିଆଇ ସ୍ୱତନ୍ତ୍ର କୋର୍ଟଙ୍କ ଏହି ନିଷ୍ପତ୍ତି ଆସିବା ପରେ କୋର୍ଟ ବାହାରେ ଥିବା ନେତା ଓ କାର୍ଯ୍ୟକର୍ତ୍ତା ଙ୍କ ଗ୍ରହଣରେ ନିରାଶ ଛାଇ ଯାଇଛି । କୋର୍ଟର ନିଷ୍ପତ୍ତି ସମୟରେ ଲାଲୁ ଯାଦବଙ୍କ ଝିଅ ତଥା ସାଂସଦ ସୀମା ଭାରତୀ ଲାଲୁଙ୍କ ସହ କୋର୍ଟରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.