ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ଦୋଷୀ ସାବ୍ୟସ୍ତ ହେଲେ ଲାଲୁ, ଯିବେ କି ଜେଲ?

0

ପୁଣି ଦୋଷୀ ସାବ୍ୟସ୍ତ ହେଲେ ଲାଲୁ ଯାଦବ । ଆଜି ରାଞ୍ଚି ସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରାଷ୍ଟ୍ରୀୟ ଜନତା ଦଳର ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ । ୯ ଶହରୁ ଅଧିକ କୋଟି ଟଙ୍କାର ଗୋଖାଦ୍ୟ ଜାଲିଆତି ଓ ଏହା ସମ୍ପର୍କିତ ଦୋରନ୍ଦା ଟ୍ରେଜେରୀରୁ ୧୩୫ କୋଟି ବେଆଇନ ଭାବେ ଉଠାଣ ମାମଲାରେ ଆଜି କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । କିନ୍ତୁ ବର୍ତମାନ ସୁଦ୍ଧା ଦଣ୍ଡ ଘୋଷଣା ହୋଇନାହିଁ । ଯଦି ଲାଲୁଙ୍କୁ ୩ ବର୍ଷରୁ କମ ଦଣ୍ଡ ଦିଆଯାଏ ତେବେ ଲାଲୁଙ୍କୁ ଜାମିନ ମିଳିପାରିବ । କିନ୍ତୁ ଯଦି ୩ ବର୍ଷରୁ ଅଧିକ ଦଣ୍ଡ ଦିଆଯାଏ ତେବେ ଲାଲୁଙ୍କୁ ପୁଣି ଥରେ ଜେଲ ଯିବାକୁ ପଡିପାରେ । କୋର୍ଟ ଲାଲୁ ଯାଦବଙ୍କ ସହିତ ୭୫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ତେବେ ପ୍ରମାଣ ଅଭାବରୁ ୬ ମହିଳା ସମେତ ୨୪ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଏହି ମାମଲାରେ କୋର୍ଟ ଫେବୃଆରୀ ୧୮ରେ ଦଣ୍ଡବିଧାନ ଶୁଣାଇବେ ।

ସୂଚନା ମୂତାବକ ,ଏହା ଗୋଖାଦ୍ୟ ଘୋଟାଲାର ଚତୃର୍ଥ ମାମଲାର ଶୁଣାଣି । ଏହା ପୂର୍ବରୁ ଅନ୍ୟ ୩ଟି ମାମଲାରେ ଶୁଣାଣି ହୋଇ ଲାଲୁଙ୍କୁ ଦଣ୍ଡାଦେଶ ହୋଇସାରିଛି । ଏହା ପୂର୍ବରୁ ଲାଲୁଙ୍କୁ ଚାରା ଘୋଟାଲା ମାମଲାରେ ୧୪ ବର୍ଷ ଜେଲଦଣ୍ଡ ହୋଇଥିଲା । ଏହା ସହିତ ତାଙ୍କୁ ୬୦ ଲକ୍ଷ ଜରିମାନା ଦେବାକୁ ପଡିଥିଲା । ଲାଲୁ ଜେଲରେ କିଛି ଦିନ କଟାଇବା ପରେ ଅସୁସ୍ଥତା କାରଣରୁ ଜାମିନ ପାଇ ଘରେ ରହୁଥିଲେ । ଏହି ଘଟଣାରେ ମୋଟ ୧୧୦ ଜଣଙ୍କ ନାଁରେ ମାମଲା ଦାଏର ହୋଇଥିଲା ବିଚାର ଅବଧି ସମୟରେ ଏଥିରେ ପାଖାପାଖି ୫୦ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଅନ୍ୟମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
ସିବିଆଇ ସ୍ୱତନ୍ତ୍ର କୋର୍ଟଙ୍କ ଏହି ନିଷ୍ପତ୍ତି ଆସିବା ପରେ କୋର୍ଟ ବାହାରେ ଥିବା ନେତା ଓ କାର୍ଯ୍ୟକର୍ତ୍ତା ଙ୍କ ଗ୍ରହଣରେ ନିରାଶ ଛାଇ ଯାଇଛି । କୋର୍ଟର ନିଷ୍ପତ୍ତି ସମୟରେ ଲାଲୁ ଯାଦବଙ୍କ ଝିଅ ତଥା ସାଂସଦ ସୀମା ଭାରତୀ ଲାଲୁଙ୍କ ସହ କୋର୍ଟରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.