ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ପ୍ରଥମ ପର୍ଯ୍ୟାୟରେ ୬୦ ପ୍ରତିଶତରୁ ଅଧିକ ମତଦାନ

0

ସରିଛି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ । ଦିନ ଗୋଟାଏ ସୁଦ୍ଧା ୬୦ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । କାଁ ଭାଁ ଗଣ୍ଡଗୋଳ ଛାଡିଦେଲେ ଶାନ୍ତିଶୃଙ୍ଖଳାର ସହ ସରିଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ସକାଳ ୭ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ମତାଧିକାରୀ ସାବ୍ୟସ୍ତ କରିବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ବୁଥ ଆଗରେ ଭୋଟ ଦେବା ପାଇଁ ଲମ୍ବା ଲାଇନ ଲାଗିଥିଲା ।

ଆଜି ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୧ ହଜାର ୬୬୯ ଗ୍ରାମପଞ୍ଚାୟତରେ ଭୋଟ ଗ୍ରହଣ ହୋଇଛି । ୨ ଶହ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୭୨୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେହିପରି ୨୨ ହଜାର ୩୭୯ ୱାର୍ଡ ସଭ୍ୟ ପାଇଁ ବି ମତଦାନ ହୋଇଛି । ମତଦାନ ଶେଷ ପରେ ବାଲାଟ ବକ୍ସ ଗୁଡିକ ସିଲ କରାଯାଇଛି। ବ୍ଲକ ହେଡକ୍ୱାର୍ଟର ଷ୍ଟ୍ରଙ୍ଗ ରୁମକୁ କଡା ସୁରକ୍ଷାରେ ନିଆଯାଇଛି ବାଲାଟ ବକ୍ସ । ସବୁ ପର୍ଯ୍ୟାୟର ଭୋଟ ସରିଲେ ୨୬ ତାରିଖରୁ ଭୋଟ ଗଣତି ହେବ ।

ତେବେ ପ୍ରାର୍ଥୀଙ୍କ ମୃତ୍ୟୁ ପାଇଁ ୨୩ଟି ସ୍ଥାନରେ ନିର୍ବାଚନ ରଦ୍ଦ ହୋଇଛି । ଗୋଟିଏ ଜିଲ୍ଲା ପରିଷଦ ଆସନ, ୬ଟି ସରପ , ୩ ସମିତି ସଭ୍ୟ ଓ ୧୩ ୱାର୍ଡ ମେମ୍ବର ନିର୍ବାଚନ ରଦ୍ଦ ହୋଇଛି । ନୂଆପଡା,ଯାଜପୁର,କଟକ,ବାଲେଶ୍ୱରରେ ଗୋଟିଏ ଲେଖାଁଏ ସରପ , ବରଗଡରେ ୨ଟି ସରପ ଆସନ ପାଇଁ ନିର୍ବାଚନ ସ୍ଥଗିତ ରହିଛି । କେନ୍ଦୁଝରରେ ମଧ୍ୟ ଜିଲ୍ଲା ପରିଷଦ ପ୍ରାର୍ଥିଙ୍କ ମୃତ୍ୟୁ ଯୋଗୁଁ ନିର୍ବାଚନ ସ୍ଥଗିତ ରହିଛି।

Leave A Reply

Your email address will not be published.