ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ମୃତ୍ୟୁର କୂଅ

0

ବିବାହ ପାଇଁ ଚାଲିଥିଲା ଆୟୋଜନ । ହସଖୁସିରେ ଫାଟିପଡୁଥିଲା ଘର । ସମ୍ପକୀୟଙ୍କ ଓ ଗାଁ ଲୋକଙ୍କର ମଧ୍ୟ ଘରେ ଭିଡ ଜମିଥିଲା । କିନ୍ତୁ ଖୁସିର ମାହୋଲ ଭିତରେ ଖେଳିଗଲା ଦୁଃଖର କଳାବାଦଲ । ହଠାତ ସବୁକିଛି ଛାରଖାର ହୋଇଗଲା । ଉତ୍ତରପ୍ରଦେଶ କୁଶିନଗରରୁ ଆସିଛି ଏଭଳି ଏକ ଘଟଣା ଯାହା ଶୁଣିଲେ ବିଶ୍ୱାସ କରିବା ଅସମ୍ଭବ । ବିବାହର ଉତ୍ସବ ଚାଲିଥିବା ବେଳେ କୂଅରେ ପଡି ଚାଲିଗଲା ୧୩ ଜଣଙ୍କ ଜୀବନ । ଆଉ ଅଳ୍ପକେ ବର୍ତ୍ତି ଗଲେ ୧୫ ଜଣ । ଏଭଳି ଅଭାବନୀୟ ଘଟଣା ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଉତ୍ତରପ୍ରଦେଶ ନେବୁଆ ନୌରିଙ୍ଗିଆରେ ଘଟିଛି ଏଭଳି ଦୁଃଖଦ ଘଟଣା । ବୁଧବାର ରାତିରେ ଏହି ଅଘଟଣ ଘଟିଛି । ଖବର ଅନୁସାରେ, ବିବାହ ପାଇଁ ହଳଦୀ ଉତ୍ସବ ଚାଲିଥିବା ବେଳେ କୂଅ ପାଖରେ ମହିଳା ଓ ଛୋଟ ଛୁଆ ଛିଡା ହୋଇଥିଲେ । ହଠାତ କୂଅରେ ଲାଗିଥିବା ଲୁହାର ଜାଲି ଭାଙ୍ଗିଯାଇଥିଲା । ଏବଂ ମହିଳା ଓ ଛୁଆମାନେ କୂଅ ଭିତରେ ପଡିଯାଇଥିଲେ । ଖବର ମିଳିବା ପରେ ସାଙ୍ଗେ ସାଙ୍ଗେ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ରାତି ହୋଇଥିବାରୁ ଟର୍ଚ୍ଚ ମାରି ଗାଁ ଲୋକ ଓ ପୁଲିସ ପକ୍ଷରୁ ଉଦ୍ଧାର କାମ କରାଯାଇଥିଲା ଶାଢୀ ସାହାଯ୍ୟରେ କିଛି ମହିଳା,ଯୁବତୀ ଓ ଛୋଟ ଛୁଆଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ୧୩ ଜଣଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ମଧ୍ୟରେ ୧୧ ମହିଳା ଓ ୨ ଛୁଆ ଅଛନ୍ତି।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା
କରାଯାଇଛି ।

Leave A Reply

Your email address will not be published.