ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ଦେଶରେ ସାମାନ୍ୟ ବଢିଲା ସଂକ୍ରମଣ

0

ଦେଶରେ ଆଜି ସାମାନ୍ୟ ବଢିଲା ସଂକ୍ରମଣ । ଦିନକରେ ୩୦ ହଜାର ଉପରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘ ।ରେ ୩୦ ହଜାର ୭୫୭ ନୂଆ ମାମଲା ଆସିଛି । ଦୈନିକ ସଂକ୍ରମଣ ହାର ରହିଛି ୨.୪୫% । ସେହିପରି ଦିନକରେ ୫୪୧ ଆକ୍ରାନ୍ତ କରୋନାରେ ଆଖି ବୁଜିଥିବା ବେଳେ ୬୭,୫୩୮ ଜଣ ସୁ୍‌ସ୍ଥ ହୋଇଛନ୍ତି । ଦେଶରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ଅଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ୨୭ ଲକ୍ଷରେ ପହଁଞ୍ଚିଛି। ଏଥିରୁ ୪ କୋଟି ୧୯ ଲକ୍ଷରୁ ଅଧିକ ଠିକ ହୋଇସାରିଛନ୍ତି ।

ଦେଶରେ ସୁସ୍ଥତା ହାର ବଢିକି ୯୮.୦୩% ହୋଇଛି। ଦେଶର ୫ ରାଜ୍ୟ କେରଳ,ମହାରାଷ୍ଟ୍ର,କର୍ଣ୍ଣାଟକ, ରାଜସ୍ଥାନ ,ମିଜୋରାମରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ୬୫.୪୭ ପ୍ରତିଶତ ମାମଲା କେବଳ ଏହି ୫ ରାଜ୍ୟରୁ ମିଳୁଛି ।୩୯.୭୪ % ମାମଲା କେବଳ କେରଳରୁ ଚିହ୍ନଟ ହେଉଛନ୍ତି। ସେହିପରି ରାଜ୍ୟରେ ସଂକ୍ରମଣ ହଜାରେ ତଳକୁ ରହିଥିବା ବେଳେ ଧୀରେ ଧୀରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଗତ ୨୪ ଘ ।ରେ ୮୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୧୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଥିବା ବେଳେ ୩୭୦ ଜଣ ସ୍ଥାନୀୟ ଅ ଳରୁ ଅଛନ୍ତି । ୧୮ ବର୍ଷରୁ କମ ବୟସର ୧୬୧ ଜଣ ଅଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨, ୮୦,୭୮୪କୁ ବୃଦ୍ଧି ପାଇଛି। ସେହିପରି କରୋନାରେ ଆଉ ୧୬ ଜଣ ଆଖିବୁଜିଛନ୍ତି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୭ ଜଣ ରହିଥିବା ବେଳେ ଭଦ୍ରକ,କଟକ, ଢେଙ୍କାନାଳ,କେନ୍ଦୁଝର ଜିଲ୍ଲାରୁ ୨ ଜଣ ଲେଖାଁଏ ଅଛନ୍ତି। ସେହିପରି ବଲାଙ୍ଗୀରରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।। ମୋଟ ମୃତ୍ୟୁସଂଖ୍ୟା ରାଜ୍ୟରେ ୮ ହଜାର ୯୬୧କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.