ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ମୃତ୍ୟୁର କୂଅ

0

ବିବାହ ପାଇଁ ଚାଲିଥିଲା ଆୟୋଜନ । ହସଖୁସିରେ ଫାଟିପଡୁଥିଲା ଘର । ସମ୍ପକୀୟଙ୍କ ଓ ଗାଁ ଲୋକଙ୍କର ମଧ୍ୟ ଘରେ ଭିଡ ଜମିଥିଲା । କିନ୍ତୁ ଖୁସିର ମାହୋଲ ଭିତରେ ଖେଳିଗଲା ଦୁଃଖର କଳାବାଦଲ । ହଠାତ ସବୁକିଛି ଛାରଖାର ହୋଇଗଲା । ଉତ୍ତରପ୍ରଦେଶ କୁଶିନଗରରୁ ଆସିଛି ଏଭଳି ଏକ ଘଟଣା ଯାହା ଶୁଣିଲେ ବିଶ୍ୱାସ କରିବା ଅସମ୍ଭବ । ବିବାହର ଉତ୍ସବ ଚାଲିଥିବା ବେଳେ କୂଅରେ ପଡି ଚାଲିଗଲା ୧୩ ଜଣଙ୍କ ଜୀବନ । ଆଉ ଅଳ୍ପକେ ବର୍ତ୍ତି ଗଲେ ୧୫ ଜଣ । ଏଭଳି ଅଭାବନୀୟ ଘଟଣା ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଉତ୍ତରପ୍ରଦେଶ ନେବୁଆ ନୌରିଙ୍ଗିଆରେ ଘଟିଛି ଏଭଳି ଦୁଃଖଦ ଘଟଣା । ବୁଧବାର ରାତିରେ ଏହି ଅଘଟଣ ଘଟିଛି । ଖବର ଅନୁସାରେ, ବିବାହ ପାଇଁ ହଳଦୀ ଉତ୍ସବ ଚାଲିଥିବା ବେଳେ କୂଅ ପାଖରେ ମହିଳା ଓ ଛୋଟ ଛୁଆ ଛିଡା ହୋଇଥିଲେ । ହଠାତ କୂଅରେ ଲାଗିଥିବା ଲୁହାର ଜାଲି ଭାଙ୍ଗିଯାଇଥିଲା । ଏବଂ ମହିଳା ଓ ଛୁଆମାନେ କୂଅ ଭିତରେ ପଡିଯାଇଥିଲେ । ଖବର ମିଳିବା ପରେ ସାଙ୍ଗେ ସାଙ୍ଗେ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ରାତି ହୋଇଥିବାରୁ ଟର୍ଚ୍ଚ ମାରି ଗାଁ ଲୋକ ଓ ପୁଲିସ ପକ୍ଷରୁ ଉଦ୍ଧାର କାମ କରାଯାଇଥିଲା ଶାଢୀ ସାହାଯ୍ୟରେ କିଛି ମହିଳା,ଯୁବତୀ ଓ ଛୋଟ ଛୁଆଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ୧୩ ଜଣଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ମଧ୍ୟରେ ୧୧ ମହିଳା ଓ ୨ ଛୁଆ ଅଛନ୍ତି।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା
କରାଯାଇଛି ।

Leave A Reply

Your email address will not be published.