ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ଲାଞ୍ଚ ଟଙ୍କାରେ କୋଟିପତି ସରକାରୀ ଡାକ୍ତର

0

ସରକାରୀ ଡାକ୍ତରଙ୍କ କୋଟି କୋଟି ସମ୍ପତ୍ତି। ଡାକ୍ତରଙ୍କ ଘରୁ ନଗଦ ଜବତ ହୋଇଥିଲା କୋଟିଏ ୧୨ ଲକ୍ଷ ଟଙ୍କା । ଯାହା ଓଡିଶା ଭିଜିଲାନ୍ସରେ ସର୍ବାଧିକ ନଗଦ ଜବତ ଟଙ୍କା । ଭିଜିଲାନ୍ସ ଅଧିକାରୀମାନେ ପୁଳା ପୁଳା ଟଙ୍କା ଦେଖି ତାଜୁବ ହୋଇଯାଇଥିବା ବେଳେ ଆଜି ଡାକ୍ତର ସୁକାନ୍ତ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।

କୁବେର ଡାକ୍ତର ଜଣକ ହେଉଛନ୍ତି ପୁରୀ ଜିଲ୍ଲା ଚାରି ଛକ ସିଏଚସିର ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ସୁକାନ୍ତ ଜେନା । ସୁକାନ୍ତ ଜଣେ ଗର୍ଭବତୀଙ୍କଠୁ ଅସ୍ତ୍ରୋପଚାର ପାଇଁ ୮ ହଜାର ଟଙ୍କା ଲା ନେଉଥିବା ବେଳେ ଭିଜିଲାନ୍ସ ହାବୁଡରେ ପଡିଥିଲେ । ଏହା ପରେ ତାଙ୍କ ଭୁବନେଶ୍ୱର କଳାରାହାଙ୍ଗ ସ୍ଥିତ କସମୋ ଡୁପ୍ଲେକ୍ସରେ ଛାପା ପଡିଥିଲା । ସେଠୁ ଭିଜିଲାନ୍ସକୁ ପୁଳା ପୁଳା ଟଙ୍କା ମିଳିଥିଲା । ସାରା ରାତି ଡାକ୍ତରଙ୍କ ଘରେ ଚାଲିଥିଲା ଟଙ୍କା ଗଣା । ଲାଞ୍ଚ ନେବା ବେଳେ ଧରାପଡିବା ପରେ ତାଙ୍କର ଗୁମର ଏବେ ଫିଟିଛି ।

ଏଇ ନିକଟରେ ଭିଜିଲାନ୍ସ ଯେତେ ଚଢାଉ କରିଛି ସବୁଠୁ ଅଧିକ ନଗଦ ଟଙ୍କା ଜବତ ହୋଇଛି ଡାକ୍ତରଙ୍କ ଘରୁ । ଡାକ୍ତର ସୁକାନ୍ତ ଜେନାଙ୍କର ଇନଫୋସିଟି ଥାନା କଳାରାହାଙ୍ଗରେ ୩ ମହଲା କୋଠା ରହିଛି । ପୁରୀରେ ଗୋଟିଏ ଷ୍ଟୁଡିଓ ଆପାର୍ଟମେଂଟ, ଜଟଣୀରେ କୋଠା, ୪୪ଲକ୍ଷ ୬ ହଜାର ଟଙ୍କାର ଗୋଟିଏ ଇନ୍ସୁରାନ୍ସ ପଲିସି,୩୮ ଲକ୍ଷ ୬୩ ହଜାର ଟଙ୍କାର ଫିକ୍ସ ଡିପୋଜିଟ,୨ଟି ଚାରି ଚକିଆ ଯାନ ଜବତ କରିଛି ଭିଜିଲାନ୍ସ ।

ତେବେ ସରକାରୀ ଡାକ୍ତର ବାବୁ ଜଣକ କୋଟି କୋଟି ଟଙ୍କା କେଉଁଠୁ ଆଣିଲେ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ହୋଇ ଏତେ ଟଙ୍କା ଜମା କରିବାକୁ ଦୀର୍ଘ ବର୍ଷ ଲାଗିଯିବ । ତେବେ ଭିଜିଲାନ୍ସ ଆଗକୁ ଖୋଳତାଡ ହେଲେ ଏହା ଉପରୁ ପରଦା ଉଠିପାରେ ।

Leave A Reply

Your email address will not be published.