ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ବିଜେଡ଼ି କରିଛି ନିର୍ବାଚନୀ ହିଂସା: ବିଜେପି

0

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ବିଭିନ୍ନ ଅଞ୍ଚଳରୁ ହିଂସାର ଖବର ଆସିଥିଲା । ବୁଥରେ କେଉଁଠି ଦୁଇ ଗୋଷ୍ଠୀ ମୁହାଁମୁହିଁ ହେଲେଣି ତ ଆଉ କେଉଁଠି ଠେଙ୍ଗାରେ ପିଟାପିଟି ହେଲେଣି । କଣାସରେ ମଧ୍ୟ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଏସବୁ ଘଟଣା ପାଇଁ ବିଜେଡିକୁ ଦାୟୀ କରିଛି ବିଜେପି । ହିଂସାକାଣ୍ଡରେ ଶାସକ ଦଳର ନେତା ସିଧା ସମ୍ପୃକ୍ତ ବୋଲି ବିଜେପି କହିଛି । ପଞ୍ଚାୟତ ନିର୍ବାଚନରେ ହିଂସାକୁ ନିନ୍ଦା କରିଛି ବିଜେପି ।

ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସମାଲୋଚନା କରିଛନ୍ତି । କହିଛନ୍ତି ପଞ୍ଚାୟତ ନିର୍ବାଚନରେ ହିଂସାତ୍ମକ ଘଟଣା ହୃଦୟ ବିଦାରକ । ଏଭଳି ଘଟଣାରେ ଗୃହ ମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି ଦାବି କରିଛନ୍ତି ସମୀର ମହାନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଘଟଣାକୁ ନେଇ ଜବାବ ରଖନ୍ତୁ । ନୈତିକତାର କଥା କହି ନିଜକୁ ଲଜ୍ୱିତ କରୁଛନ୍ତି ମୁଖ୍ୟମନ୍ତ୍ରୀ । ମତଦାନ କେନ୍ଦ୍ର ଗୁଡିକ ମଧ୍ୟ ଶାସକ ଦଳ ଦଖଲରେ ରହୁଛି । ପୁରୀ କଣାସରେ ଲୋକଙ୍କ ସହ ସାମ୍ବାଦିକଙ୍କୁ ମାଡ ମାରିଲେ । ଯେଉଁଠି ସାମ୍ବାଦିକ ସୁରକ୍ଷିତ ନୁହଁନ୍ତି ସେଠି ସାଧାରଣ ଲୋକ କେତେ ସୁରକ୍ଷିତ ବୋଲି ବିଜେପି ପ୍ରଶ୍ନ କରିଛି ।ଗଣତନ୍ତ୍ରରେ ଲୋକଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ ନକରାଯାଉ ବୋଲି କହିଛନ୍ତି ସମୀର ମହାନ୍ତି । ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ସରକାର କହିଥିଲେ । ହେଲେ ଶାସକ ଦଳର ନେତା ଅରାଜକତା ସୃଷ୍ଟି କରୁଛନ୍ତି । ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କୁ ଆହ୍ୱାନ କରିଛି ବିଜେପି । ଆଗାମୀ ୪ ଟି ପର୍ଯ୍ୟାୟ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ସାରିବାକୁ ସମୀର ମହାନ୍ତି ଅନୁରୋଧ କରିଛନ୍ତି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବାକୁ ବିଜେପି ଆହ୍ୱାନ କରିଛି ।

Leave A Reply

Your email address will not be published.