ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ବିଜେଡ଼ି କରିଛି ନିର୍ବାଚନୀ ହିଂସା: ବିଜେପି

0

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ବିଭିନ୍ନ ଅଞ୍ଚଳରୁ ହିଂସାର ଖବର ଆସିଥିଲା । ବୁଥରେ କେଉଁଠି ଦୁଇ ଗୋଷ୍ଠୀ ମୁହାଁମୁହିଁ ହେଲେଣି ତ ଆଉ କେଉଁଠି ଠେଙ୍ଗାରେ ପିଟାପିଟି ହେଲେଣି । କଣାସରେ ମଧ୍ୟ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଏସବୁ ଘଟଣା ପାଇଁ ବିଜେଡିକୁ ଦାୟୀ କରିଛି ବିଜେପି । ହିଂସାକାଣ୍ଡରେ ଶାସକ ଦଳର ନେତା ସିଧା ସମ୍ପୃକ୍ତ ବୋଲି ବିଜେପି କହିଛି । ପଞ୍ଚାୟତ ନିର୍ବାଚନରେ ହିଂସାକୁ ନିନ୍ଦା କରିଛି ବିଜେପି ।

ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସମାଲୋଚନା କରିଛନ୍ତି । କହିଛନ୍ତି ପଞ୍ଚାୟତ ନିର୍ବାଚନରେ ହିଂସାତ୍ମକ ଘଟଣା ହୃଦୟ ବିଦାରକ । ଏଭଳି ଘଟଣାରେ ଗୃହ ମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି ଦାବି କରିଛନ୍ତି ସମୀର ମହାନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଘଟଣାକୁ ନେଇ ଜବାବ ରଖନ୍ତୁ । ନୈତିକତାର କଥା କହି ନିଜକୁ ଲଜ୍ୱିତ କରୁଛନ୍ତି ମୁଖ୍ୟମନ୍ତ୍ରୀ । ମତଦାନ କେନ୍ଦ୍ର ଗୁଡିକ ମଧ୍ୟ ଶାସକ ଦଳ ଦଖଲରେ ରହୁଛି । ପୁରୀ କଣାସରେ ଲୋକଙ୍କ ସହ ସାମ୍ବାଦିକଙ୍କୁ ମାଡ ମାରିଲେ । ଯେଉଁଠି ସାମ୍ବାଦିକ ସୁରକ୍ଷିତ ନୁହଁନ୍ତି ସେଠି ସାଧାରଣ ଲୋକ କେତେ ସୁରକ୍ଷିତ ବୋଲି ବିଜେପି ପ୍ରଶ୍ନ କରିଛି ।ଗଣତନ୍ତ୍ରରେ ଲୋକଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ ନକରାଯାଉ ବୋଲି କହିଛନ୍ତି ସମୀର ମହାନ୍ତି । ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ସରକାର କହିଥିଲେ । ହେଲେ ଶାସକ ଦଳର ନେତା ଅରାଜକତା ସୃଷ୍ଟି କରୁଛନ୍ତି । ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କୁ ଆହ୍ୱାନ କରିଛି ବିଜେପି । ଆଗାମୀ ୪ ଟି ପର୍ଯ୍ୟାୟ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ସାରିବାକୁ ସମୀର ମହାନ୍ତି ଅନୁରୋଧ କରିଛନ୍ତି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବାକୁ ବିଜେପି ଆହ୍ୱାନ କରିଛି ।

Leave A Reply

Your email address will not be published.