ଆସନ୍ତାକାଲି ପୁରୀ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆସନ୍ତାକାଲି ମଧ୍ୟାହ୍ନ ୧୨.୨୫ ମିନିଟରେ ଦିଲ୍ଲୀ ବିମାନ ବନ୍ଦରରେ ସ୍ୱତନ୍ତ୍ର ବିମାନ ଯୋଗେ ବାହାରିବେ ରାଷ୍ଟ୍ରପତି । ୨ଟା ୨୫ ମିନିଟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଏହା ପରେ ଭୁବନେଶ୍ୱର ବିମାନବନ୍ଦରରୁ ହେଲିକପ୍ଟର ଯୋଗେ ବାହାରି ୩ଟା ୨୫ ମିନିଟରେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବେ । ସେଠାରୁ ସିଧାସଳଖ ରାଜଭବନ ଯିବେ । ୫ଟାରୁ ୫ଟା ୪୫ ଶ୍ରୀମନ୍ଦିରକୁ ଯିବା ସହ ମହାପ୍ରଭୁଙ୍କ ଦର୍ଶନ କରିବେ । ସେହିପରି ୨୦ ତାରିଖ ଦିନ ୧୦ଟା ୪୦ରେ ପୁରୀ ଗୌଡିଆ ମିସନ ପ୍ରତିଷ୍ଠାତ ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ୧୫୦ ତମ ଜନ୍ମବାର୍ଷିକି ସମାରୋହରେ ଯୋଗଦେବେ । ସେହିଦିନ ୪ଟା ୪୦ ମିନିଟରେ ଓଡିଶା ଛାଡିବେ ରାଷ୍ଟ୍ରପତି ।
ପ୍ରମୁଖ ଖବର
ରାଜ୍ୟର ସରକାରୀ କର୍ମଚାରୀଙ୍କୁ ଅବସର ଦିନ ମିଳିବ ପୂର୍ଣ୍ଣାଙ୍ଗ ପେନସନ
ବଦଳିବେ ବରଗଡ଼ ଧନୁଯାତ୍ରା କଂସ
ଦିଲ୍ଲୀ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରୁ କନ୍ଧମାଳ ହଳଦୀ କିଣିଲେ ମୁଖ୍ୟମନ୍ତ୍ରୀ
ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କଲେ କେନ୍ଦୁଝରର ଫାଷ୍ଟଟ୍ରାକ କୋର୍ଟ
ଦକ୍ଷିଣ ବଙ୍ଗୋପସାଗର ରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ଘନୀଭୂତ ହୋଇ ତାମିଲନାଡୁ ଉପକୂଳ ଆଡ଼କୁ ଅଗ୍ରସର ହେବା ସମ୍ଭାବନା
ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର ଏକ ସାର କାରଖାନାରେ ଭୟଙ୍କର ବିସ୍ଫୋରଣ: ୩ ମୃତ ୯ ଆହତ
ବ୍ୟବସାୟୀଙ୍କୁ ଧମକ ଦେବା ଅଭିଯୋଗରେ,ବବି ଦାସଙ୍କ ଭାଇ ନାଁରେ ଏତଲା