ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ୟୁକ୍ରେନରୁ ଫେରିଲେ ୨୪୨ ଭାରତୀୟ ଛାତ୍ରଛାତ୍ରୀ

0

ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଆଶଙ୍କା ଘନେଇବାରେ ଲାଗିଥିବା ବେଳେ ୟୁକ୍ରେନରୁ ଭାରତ ଫେରିଛନ୍ତି ଛାତ୍ରଛାତ୍ରୀ । ଏୟାର ଇଣ୍ଡିଆ ସ୍ୱତନ୍ତ୍ର ବିମାନରେ
୨୪୨ ଛାତ୍ରୀଛାତ୍ରୀ ଭାରତ ଫେରିଛନ୍ତି । ରାଜଧାନୀ କ୍ୱିବ୍‌ରୁ ମଙ୍ଗଳବାର ବାହାରିଥିବା ଏୟାର ଇଣ୍ଡିଆର ବୋଇଙ୍ଗ-୭୮୭ ବିମାନ ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀରେ ପହଞ୍ଚିଛି । ବିମାନଟି ଟର୍ମିନାଲରେ ପହଞ୍ଚିବା ପରେ ଅପେକ୍ଷା କରି ରହିଥିବା ଭାରତୀୟ ଅଧିକାରୀମାନେ ସ୍ୱାଗତ କରିଥିଲେ । ଭାରତ ମାତା କି ଜୟର ସ୍ଲୋଗାନ ଦେଇ ଯାତ୍ରୀମାନେ ହାତ ହଲାଇ ଧନ୍ୟବାଦ ଜଣାଇଥିଲେ । ମୁଁ ମୋ ଦେଶକୁ ଫେରି ବହୁତ ଖୁସି ବୋଲି ଛାତ୍ରଛାତ୍ରୀ କହିଛନ୍ତି । ଅନ୍ୟ ଜଣେ ଛାତ୍ର କହିଛନ୍ତି, ସେଠାରେ ସ୍ଥିତି ସ୍ୱାଭାବିକ । ଆମେ ଦୂତବାସର ପରାମର୍ଶ ଅନୁସରଣ କଲୁ । ଯାହା ଫଳରେ ଆସି ଭାରତରେ ପହଞ୍ଚିଛୁ ।

ଗତକାଲି ସକାଳ ୭ଟା ୩୦ରେ ଏହି ବିମାନ ୟୁକ୍ରେନ ଅଭିମୁଖେ ଦିଲ୍ଲୀରୁ ବାହାରିଥିଲା । ଭାରତୀୟ ସମୟ ଅପରାହ୍ନ ୩ଟାରେ କ୍ୱିବ୍ ବୋରିସ୍ପିଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନଟି ଅବତରଣ କରିଥିଲା । ସେହିପରି ୨୪ ଓ ୨୬ ତାରିଖରେ ଏୟାର ଇଣ୍ଡିଆର ଆଉ ଦୁଇଟି ବିମାନ ଭାରତୀୟ ଛାତ୍ରଛାତ୍ରୀଙ୍କୁ ୟୁକ୍ରେନରୁ ଆଣିବାକୁ ଯିବ ।

Leave A Reply

Your email address will not be published.