ପ୍ରମୁଖ ଖବର

ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ: ଶାର୍ପ ସୁଟର ସହ ୩ ଗିରଫ
ମୁଖ୍ୟମନ୍ତ୍ରୀ ହେବା ପରେ ତ୍ରିଚି ଆସନ ଛାଡିଲେ ବିଜୟ
ମୁମ୍ବଇ-ପୁଣେ ଏକ୍ସପ୍ରେସୱେରେ ସୁପ୍ରିୟା ସୁଲେଙ୍କ କାର୍‌କୁ ଧକ୍କା, ଅଳ୍ପକେ ବର୍ତ୍ତିଲେ ସାଂସଦ
ଜୁଲାଇ ୧ରୁ ଲାଗୁ ହେବ ‘ଭିବି-ଜିରାମ-ଜି’ ଆଇନ
ମୋଦୀଙ୍କ ଦେଶବାସୀଙ୍କୁ ଆହ୍ୱାନ:‘ଗୋଟିଏ ବର୍ଷ ‘ସୁନା କିଣନ୍ତୁ ନାହିଁ,ୱାର୍କ ଫ୍ରମ୍ ହୋମ୍‌ କରନ୍ତୁ -ଇନ୍ଧନ ସଞ୍ଚୟ କରନ୍ତୁ’

ମନ୍ତ୍ରୀଙ୍କ ହାତରେ ହାତକଡ଼ି

0

ଶେଷରେ ମନ୍ତ୍ରୀଙ୍କ ହାତରେ ପଡିଛି ହାତକଡ଼ି । ମୋଷ୍ଟ ୱାେଣ୍ଟେଡ ଆତଙ୍କବାଦୀ ଦାଉଦ ଇବ୍ରାହିମ ଓ ଅଣ୍ଡରୱାଲ୍ଡଙ୍କ ସହ ଲିଙ୍କ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ମହାରାଷ୍ଟ୍ରର ମନ୍ତ୍ରୀ ତଥା ଏନସିପି ନେତା ନବାବ ମଲ୍ଲିକଙ୍କୁ ଗିରଫ କରିଛି । ଗିରଫ ପୂର୍ବରୁ ଇଡିର ଏକ ଟିମ୍ ନବାବଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିଥିଲା । ଗିରଫ ପରେ ନବାବ ମଲ୍ଲିକଙ୍କ ଜେଜେ ହସ୍ପିଟାଲରେ ମେଡିକାଲ ଯାଞ୍ଚ କରାଯାଇଥିଲା । ଏହା ପରେ ପିଏମଏଲଏ କୋର୍ଟରେ ହାଜର କରାଯାଇଥିଲା ।

ଅଣ୍ଡରୱାଲ୍ଡଙ୍କ ସହ ଜମି କିଣାବିକା ମାମଲାରେ ନବାବଙ୍କ ସମ୍ପୃକ୍ତି ଥିବା ପ୍ରମାଣ ପାଇବା ପରେ ଇଡି ଆଜି ନବାବ ମଲ୍ଲିକଙ୍କୁ ଗିରଫ କରିଛି । ଏହି ଜମି କିଣାବିକାରେ ଅର୍ଥ କାରବାର ମଧ୍ୟ ହୋଇଥିଲା । ଆଜି ସକାଳୁ ଇଡି ନବାବଙ୍କ ଘରକୁ ଯାଇ ସେଠାରେ ପାଖାପାଖି ଘଣ୍ଟାଏ ଧରି ପଚରାଉଚରା କରିଥିଲା । ଏହା ପରେ ଅଫିସକୁ ଆଣି ଜେରା କରାଯାଇଥିଲା । ନବାନଙ୍କୁ ଜେରା ବେଳେ ଇଡି କାର୍ଯ୍ୟାଳୟ ନିକଟସ୍ଥ ଏନସିପି ଅଫିସ ନିକଟରେ ଦଳୀୟ ସମର୍ଥକମାନେ ଏକାଠି ହୋଇ ନବାବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଥିଲେ । କେନ୍ଦ୍ରର ବିଜେପି ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ତାଙ୍କୁ ଜାଣିଶୁଣି କେନ୍ଦ୍ର ଟାର୍ଗେଟ କରି ଏଭଳି ଫସାଇଥିବା ଅଭିଯୋଗ କରିଥିଲେ ।

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଗତବର୍ଷ ନଭେମ୍ବରରେ ନବାବ ମଲ୍ଲିକ ଅଣ୍ଡରୱାଲ୍ଡ ଡନ ଦ୍ରାଉଦ ଇବ୍ରାହିମଙ୍କଠୁ ଘର କିଣିଥିବା ନେଇ ଅଭିଯୋଗ କରିଥିଲେ । ଏପରିକି ଏହି ପ୍ଲଟଟି ମୁମ୍ବାଇ ବିସ୍ଫୋରଣରେ ସାମିଲ ହୋଇଥିବା ଅଭିଯୁକ୍ତର ବୋଲି ସେ ଦାବି କରିଥିଲେ । ଏହା ପରେ ଇଡି ମୁମ୍ବାଇରେ ଅଣ୍ଡରୱାଲ୍ଡଙ୍କ ସହ ଜଡିତ ଲୋକଙ୍କ ଠିକଣା ଉପରେ ଚଢାଉ କରିଥିଲା । ପାଖାପାଖି ୧୦ଟି ସ୍ଥାନରେ ଏକାକାଳୀନ ରେଡ ହୋଇଥିଲା । ନିକଟରେ ମୁମ୍ବାଇ ଡ୍ରଗ୍ସ ଜବତ ମାମଲାରେ ଏନସିବିର ପୂର୍ବତନ ମୁମ୍ବାଇ ଜୋନାଲ ମୁଖ୍ୟ ସମୀର ୱାଙ୍ଖଡେଙ୍କ ବିରୋଧରେ ବହୁ ସଙ୍ଗୀନ ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଥିଲେ ନବାବ ମଲ୍ଲିକ ।

Leave A Reply

Your email address will not be published.