ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ଆସିଗଲା ଯୁଦ୍ଧ ସମୟ! ଋଷର ସେନା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

0

ଆସିଗଲା ଯୁଦ୍ଧ ସମୟ। ୟୁକ୍ରେନ ବିରୋଧରେ ସେନା କାର୍ଯ୍ୟାନୁଷ୍ଠାନ ପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିର୍ଦ୍ଦେଶ। ପୁଟିନ କହିଛନ୍ତି,ୟୁକ୍ରେନକୁ କବଜା କରିବାର କୌଣସି ଉଦ୍ଦେଶ୍ୟ ନାହିଁ।କିନ୍ତୁ ୟୁକ୍ରେନ ନମାନିଲେ ଯୁଦ୍ଧ ହିଁ ହେବ। ଅନ୍ତର୍ଜାତୀୟ ଗଣମାଧ୍ୟ ପକ୍ଷରୁ ରିପୋର୍ଟରେ ପ୍ରକାଶ ପାଇଛି। ପୂର୍ବ ୟୁକ୍ରେନରେ ଋଷର ସେନା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୁଟିନ୍। ଯାହା ହୋଇନାହିଁ ଏବେ ହୋଇକି ରହିବ ବୋଲି କହିଛନ୍ତି ପୁଟିନ। ସେପଟେ ଆକ୍ରମଣ ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ ମିଳିତ ଜାତିସଂଘ ମୁଖ୍ୟ। ଗୁରୁବାର ସକାଳେ ଡୋନେଟସ୍କରେ ୫ ବିସ୍ଫୋରଣ ଶଦ୍ଦ ଶୁଣାଯିବା ପରେ ଯୁଦ୍ଧ ଆଶଙ୍କା ବଢିଯାଇଛି।

ଡୋନେଟସ୍କ ହେଉଛି ସେହି ଦୁଇଟି ଅଞ୍ଚଳ ମଧ୍ୟରୁ ଗୋଟେ ଯାହାକୁ ଋଷ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେବାକୁ ଘୋଷଣା କରିଛି। ଏହା ପୂର୍ବରୁ ଡୋନେଟସ୍କରେ ଉପସ୍ଥିତ ବିଚ୍ଚିନ୍ନତାବାଦୀମାନେ ଋଷର ସାହାର୍ଯ୍ୟ ଲୋଡିଥିଲେ। ଏହି ସାହାର୍ଯ୍ୟ ସେତେବେଳେ ମାଗିଥିଲେ,ଯେତେବେଳେ ଆମେରିକା କହିଥିଲା ଋଷ ପକ୍ଷରୁ ପଡୋଶୀଙ୍କ ଉପରେ ହେବାକୁ ଆକ୍ରମଣର ଜବାବ ଦେବାକୁ ଆମେ ପ୍ରସ୍ତୁତ ଅଛୁ। ୟୁକ୍ରେନ ସୀମାରେ ବିଗୁଡିଥିବା ସ୍ଥିତିକୁ ଦେଖି ବହୁ ଏୟାରଲାଇନ୍ସ ସେହି ଅ୍ଞ୍ଚ ଳକୁ ଡୁ ନଟ ପ୍ଲାଏ ଜୋନ ଘୋଷଣା କରିଦେଇଛନ୍ତି। ୟୁରୋପିଅନ କ୍ୟାରିୟର୍ସ ବି ଏହି ତାଲିକାରେ ଅଛି। ଖରକିଭ ସମେତ ୟୁକ୍ରେନର ବହୁ ବିମାନବନ୍ଦର ବିମାନ ଚଳାଚଳ ସ୍ଥଗିତ ରଖିଛନ୍ତି ।

Leave A Reply

Your email address will not be published.