ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ଯୁଦ୍ଧକୁ ନେଇ ଚିନ୍ତାରେ ବିଶ୍ୱ, ହେଲେ ଇମ୍ରାନ ଖୁସି

0

ୟୁକ୍ରେନ-ଋଷ ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତାରେ। ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ଭିତରେ ଥରହର ହେଉଛି ବିଶ୍ୱ। ଏଭଳି ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି। ଯାହା ସମସ୍ତଙ୍କୁ ବ୍ୟଥିତ କରିଛି। ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ପାଇଁ ସମସ୍ତେ ଚାହୁଁଥିବା ବେଳେ ଇମ୍ରାନ ଖାଁ କିନ୍ତୁ ଯୁଦ୍ଧକୁ ନେଇ ଖୁସି ଥିବା ଜଣାପଡିଛି।

ଇମ୍ରାନ ଖାନ୍ ଋଷ ଓ ୟୁକ୍ରେନର ଯୁଦ୍ଧକୁ ଭାରି ମଜାଦାର କହିଛନ୍ତି। ସେ କହିଛନ୍ତି ଏଭଳି ସମୟରେ ଋଷରେ ରହିବା ତାଙ୍କ ପାଇଁ ଏକ ରୋମା କର ସମୟ । ଆଜି ସକାଳେ ଇମ୍ରାନ ଖାନ୍ ମସ୍କୋରେ ପହଞ୍ଚିଥିଲେ । ଆଉ ସେତେବେଳକୁ ଆକ୍ରମଣ ଆରମ୍ଭ ହୋଇସାରିଥିଲା। ଆଉ ଏତିକି ବେଳେ ସେ ଋଷର ପ୍ରଶାସନିକ ଅଧିକାରୀଙ୍କ ସହ ହାତ ମିଳାଇଥିବା ସମୟରେ ଦୁଇ ଦେଶ ମଧ୍ୟରେ ହେଉଥିବା ଯୁଦ୍ଧକୁ ମଜାଦାର ବୋଲି କହିଥିଲେ। କିନ୍ତୁ ସେ ଭୁଲିଯାଇଥିଲେ କ୍ୟାମେରା ଅନ ଅଛି ବୋଲି। ଇମ୍ରାନଙ୍କ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ମସ୍କୋ ବିମାନ ବନ୍ଦରରେ ଇମ୍ରାନ ନିଜ ବୈଦେଶିକ ମନ୍ତ୍ରୀଙ୍କୁ କହିଥିଲେ, ମୁଁ ଠିକ ସମୟରେ ଆସି ପହଞ୍ଚିଛି। ମୁଁ ବହୁତ ଉଲ୍ଲସିତ ଅଛି। ମସ୍କୋ ଗସ୍ତ କରିବା ଏହା ଭାରି ରୋମା କର ସମୟ ବୋଲି ସେ କହିଛନ୍ତି। ଋଷ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବାକୁ ଋଷ ଗସ୍ତ କରିଛନ୍ତି ଇମ୍ରାନ ଖାନ୍। ଗତ ଦୁଇ ଦଶନ୍ଧି ଧରି କୌଣସି ପାକିସ୍ତାନ ପ୍ରଧାନମନ୍ତ୍ରୀ ଋଷ ଗସ୍ତ କରିବା ଏହା ପ୍ରଥମ ଘଟଣା।

Leave A Reply

Your email address will not be published.