ରାଜ୍ୟରେ ସୁରୁଖୁରୁରେ ଶେଷ ହୋଇଛି ପଞ୍ଚାୟତ ନିର୍ବାଚନ। ଆଜି ଶେଷ ପର୍ଯ୍ୟାୟ ମତଦାନରେ ୭୦ ପ୍ରତିଶତ ମତଦାନ ହୋଇଛି। ରାଜ୍ୟ ନିର୍ବାଚନ କମିଶନର ଏନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି। ସବୁଠି ଶାନ୍ତିଶୃଙ୍ଖଳାର ସହ ମତଦାନ ହୋଇଥିବା ବେଳେ କିଛି ସ୍ଥାନରେ ଆଇନଶୃଙ୍ଖଳାପାଇଁ ମତଦାନ ବାଧାପ୍ରାପ୍ତ ହୋଇଛି। ଜିଲ୍ଲାପାଳଙ୍କଠୁ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ନିର୍ବାଚନ କମିଶନ। ସ୍ୱାଭିମାନ ଅଞ୍ଚଳରେ ବି ଶାନ୍ତିଶୃଙ୍ଖଳାର ସହ ଭୋଟ ଗ୍ରହଣ ହୋଇଛି। ପ୍ରଥମ ଥର ପାଇଁ ମାଲକାନଗିରିରେ ୭୦ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନର କହିଛନ୍ତି । ପୁଲିସ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଭୋଟିଂ ପ୍ରକ୍ରିୟା ସୁରୁଖୁରୁରେ ଶେଷ ହୋଇଥିବା ନିର୍ବାଚନ କମିଶନ କହିଛନ୍ତି। ଆଜି ପଞ୍ଚମ ପର୍ଯ୍ୟାୟରେ ତଥା ଶେଷ ପର୍ଯ୍ୟାୟରେ ୨୫ ଜିଲ୍ଲାରେ ୪୮ ବ୍ଲକର ୧୩୧ ଜିଲ୍ଳା ପରିଷଦ ଜୋନରେ ଭୋଟ ଗ୍ରହଣ ହୋଇଛି । ୯୭୫ ଗ୍ରାମପଞ୍ଚାୟତର ୧୩ ହଜାର ୫୧୪ ବୁଥରେ ମତଦାନ ହୋଇଛି। ୪୧ ଲକ୍ଷ ୮୮ ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଦିନକ ପରେ ଅର୍ଥାତ ୨୬ ତାରିଖରୁ ଭୋଟ ଗଣତି ଆରମ୍ଭ ହେବ। ଏହା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ।
ପ୍ରମୁଖ ଖବର
କିସ୍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି