ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ଋଷର ଘନଘନ ଆକ୍ରମଣ, ଯୁଦ୍ଧର ପ୍ରଥମ ଦିନରେ ୧୩୭ ଜଣଙ୍କୁ ହରାଇଲା ୟୁକ୍ରେନ

0

ୟୁକ୍ରେନ ଉପରେ ଋଷର ଘନ ଘନ ଆକ୍ରମଣ ସାରା ବିଶ୍ୱକୁ ଦୋହଲାଇଦେଇଛି । ଗୁରୁବାର ସକାଳ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି । ଦୁଇ ଦେଶ ଏବେ ଭିନ୍ନ ଭିନ୍ନ ଦାବି କରୁଛନ୍ତି । ୟୁକ୍ରେନ ରାଜଧାନୀ କିଭ୍‌ରେ ଋଷ ସେନା ଧସେଇ ପଶିଥିବା ଦାବି କରାଯାଇଛି । କୁହାଯାଉଛି ଋଷ ସେନା ବହୁତ ଜଲଦି କିଭ୍‌କୁ ନିଜ କବଜାକୁ ନେଇଯିବ । ଏହା ବ୍ୟତିତ ଗତକାଲିଠୁ ହିଁ ୟୁକ୍ରେନ ଆକାଶରେ ଋଷର ହେଲିକପ୍ଟର ବୁଲୁଛି । ୟୁକ୍ରେନ ସ୍ୱାସ୍ଥ୍ୟମନ୍ତ୍ରୀ ଗୁରୁବାର କହିଥିଲେ ଯେ, ଋଷ ଆକ୍ରମଣ ୫୭ ନାଗରିକଙ୍କ ମୃତ୍ୟୁ ହୋଇଛି ଏବଂ ୧୬୯ ଜଣ ଆହତ ହୋଇଛନ୍ତି ।

ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ଲାୟୋଶଙ୍କଠୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ ଦିନରେ ଯୁଦ୍ଧରେ ମୃତ୍ୟୁ ସଂଖ୍ୟା ୧୩୭କୁ ବୃଦ୍ଧି ପାଇଛି । ଏହା ସହ ବହୁ ସେନା ଆହତ ହୋଇଥିବା ଜଣାପଡିଛି । ଋଷ ହମଲାରେ ପ୍ରଥମ ଦିନରେ ୭୦ରୁ ଅଧିକ ଏୟାରବେସ ଓ ସାମରିକ ପ୍ରତିଷ୍ଠାନ ଧ୍ୱଂସ ହୋଇଯାଇଥିବା ମସ୍କୋ ଦାବି କରିଛି । ସେହିପରି ୟୁକ୍ରେନ କହିଛି ଋଷର ୭ରୁ ଅଧିକ ଯୁଦ୍ଧ ବିମାନ ହେଲିକପ୍ଟରକୁ ଖସାଇଦେଇଛି । ଅନ୍ୟପଟେ ଋଷ ସେନା ଚେର୍ନୋବଲ ସ୍ଥିତ ନ୍ୟୁକ୍ଲିୟର ପ୍ଲା ଉପରେ କବଜା କରିବାକୁ ପ୍ରୟାସ କରୁଥିବା ୟୁକ୍ରେନ ରାଷ୍ଟ୍ରପତି ଟୁଇଟ କରିଛନ୍ତି । କୌଣସି ବି ପରିସ୍ଥିତିରେ ୟୁକ୍ରେନ ସେନା ଋଷ ହାତରେ ନ୍ୟୁକ୍ଲିୟର ପ୍ଲା ଛାଡିବ ନାହିଁ ବୋଲି କହିଛନ୍ତି ରାଷ୍ଟ୍ରପତି ।

Leave A Reply

Your email address will not be published.