ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଦୁଇ ବର୍ଷ ପରେ ସ୍କୁଲ ଗଲେ ପ୍ରଥମରୁ ସପ୍ତମ ପିଲା, ପ୍ରଥମ ସପ୍ତାହରେ ହେବନି ପାଠପଢା

0

ଆଜିଠୁ ଖୋଲିଲା ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ପିଲାଙ୍କ ସ୍କୁଲ । ପାଖାପାଖି ଦୁଇ ବର୍ଷ ପରେ ସ୍କୁଲ ମାଟି ମାଡିଛନ୍ତି ଛାତ୍ରଛାତ୍ରୀ । ହେଲେ ସ୍କୁଲ ଖୋଲିଥିଲେ ମଧ୍ୟ ପ୍ରଥମ ସପ୍ତାହରେ ପିଲାଙ୍କୁ ମାନସିକ ଚାପରୁ ମୁକ୍ତ ରଖିବା ପାଇଁ ପାଠପଢା ହେବ ନାହିଁ । ଦୁଇ ବର୍ଷ ହେବ ପିଲାମାନେ ଘରେ କେମିତି କାଟିଲେ ସେ ନେଇ ଷ୍ଟୋରି ଲେଖିବା ସହ ବିଭିନ୍ନ ଆକ୍ଟିଭିଟି କରାଯିବ । ଦୀର୍ଘ ଦିନ ଧରି ସ୍କୁଲ ବନ୍ଦ ଥିବାରୁ ହସଖୁସିର ମାହୋଲରେ ପାଠପଢା ଯିବା ନେଇ ସ୍କୁଲ ଗୁଡିକୁ ନିର୍ଦ୍ଦେଶ ରହିଛି । ଦୁଇ ବର୍ଷର ପାଠପଢାର ଭରଣା କରାଯିବ । ଏଥିପାଇଁ ସ୍ୱତନ୍ତ୍ର ପୁସ୍ତିକା କୋର୍ସରେ ସାମିଲ କରିବାକୁ ସରକାର ଯୋଜନା କରିଛନ୍ତି ।

ତେବେ କୋଭିଡ କଟକଣାରେ ପାଠପଢା ନେଇ ସ୍କୁଲ ଗୁଡିକରେ ବିଭିନ୍ନ ବ୍ୟବସ୍ଥା ହୋଇଛି । ସ୍କୁଲର ସମସ୍ତ ଶ୍ରେଣୀ ଗୃହ ଗୁଡିକୁ ସାନିଟାଇଜ କରାଯାଇଛି । ଯେଉଁ ପିଲାମାନଙ୍କ ପାଖରେ ଲକ୍ଷଣ ରହିଛି ସେମାନଙ୍କ ପାଇଁ ସ୍ୱତନ୍ତ୍ର ଗୃହର ବ୍ୟବସ୍ଥା କରାଯାଇଛି । ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାମାନେ ପ୍ରାୟ ଦୁଇ ବର୍ଷ ହେବ ଶ୍ରେଣୀ ଶିକ୍ଷା ଗ୍ରହଣ କରିନାହାନ୍ତି । ପାଠପଢାରରୁ ଦୂରେଇ ଥିବା ପିଲାମାନେ କିଭଳି ପଛେଇ ଯିବେ ନାହିଁ ସେ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । କିଭଳି ତାଙ୍କ ପାଠପଢା ଭରଣା କରାଯିବ ସେ ନେଇ ଗୁରୁତ୍ୱ ଦିଆଯିବ ।

Leave A Reply

Your email address will not be published.