ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଋଷ ଆକ୍ରମଣରେ ୩୫୨ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ..ଅଛନ୍ତି ୧୪ ଛୋଟ ପିଲା

0

ଋଷ ଓ ୟୁକ୍ରେନ ମଧ୍ୟ ଯୁଦ୍ଧ ଲାଗି ରହିଛି । ପାଞ୍ଚ ଦିନ ଧରି ଲଗାତର ଋଷ, ୟୁକ୍ରେନ ଉପରେ ମିସାଇଲ ଛାଡୁଛି । ଋଷ ଆକ୍ରମଣରେ ୟୁକ୍ରେନ ରାଜଧାନୀ କିବ୍ ସମେତ ଅନେକ ଅ ଳ ଧ୍ୱଂସବିଧ୍ୱଂସ୍ତ ହୋଇଯାଇଛି । ବହୁ ଧନ ଜୀବନ କ୍ଷତି ହୋଇଛି । ୟୁକ୍ରେନର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି, ଋଷ ଆକ୍ରମଣରେ ଏବେ ଯାଏଁ ୩୫୨ ୟୁକ୍ରେନ ନାଗରିଙ୍କ ମୃତ୍ୟୁ ହୋଇଛି । ସେଥିରେ ୧୪ ଜଣ ଛୋଟ ଛୁଆ ଅଛନ୍ତି । ଋଷ ଆକ୍ରମଣରେ ୧୬ ଶହ ୮୪ ଲୋକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୧୧୬ ଜଣ ଛୁଆ ଅଛନ୍ତି । ଆଶଙ୍କା କରାଯାଉଛି କି,ଆଗକୁ ଆହୁରି ମୃତ୍ୟୁ ଓ ଆହତଙ୍କ ସଂଖ୍ୟା ବଢିପାରେ ।

ତେବେ ଋଷ ଆକ୍ରମଣରେ କେତେ ୟୁକ୍ରେନ ସୈନିକଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନି । ଗୋଟେ ପଟେ ୟୁକ୍ରେନ ୩୦୦ରୁ ଅଧିକ ନାଗରିକଙ୍କ ମୃତ୍ୟୁ ହେଉଥିବା କହୁଥିବା ବେଳେ ଋଷ କହିଛି ,ସେ କେବେଳ ସୈନ୍ୟ ମାନଙ୍କୁ ଟାର୍ଗେଟ କରୁଛି । ଋଷ ଦାବି କରିଛି ଯେ, ତା ପଟୁ ଯେଉଁ ମିସାଇଲ ମାଡ କରାଯାଇଛି ସେଥିରେ ୟୁକ୍ରେନ ନାଗରିକଙ୍କ କୌଣସି ବି କ୍ଷତି ହୋଇନାହିଁ। ତେବେ ରବିବାର ଋଷ କହିଛି, ୟୁକ୍ରେନରେ ତାର କିଛି ସୈନିକଙ୍କ ମୃତ୍ୟୁ ହୋଇଛି। ଋଷ ପ୍ରଥମ ଥର ପାଇଁ ଏହା ସ୍ୱୀକାର କରିଛି ଯେ, ୟୁକ୍ରେନ ଆକ୍ରମଣରେ ତାର କିଛି ସୈନିକଙ୍କ ମୃତ୍ୟୁ ହୋଇଛି । ସେପଟେ ୟୁଏନଏସସିରେ ୟୁକ୍ରେନ କହିଛି ଯେ, ଫେବୃଆରୀ ୧୭ ମଧ୍ୟରେ ୠଷର ୪୩୦୦ ସୈନିକଙ୍କୁ ସେ ମାରିଛି ଏବଂ ୨୦୦ରୁ ଅଧିକଙ୍କୁ ଯୁଦ୍ଧ ବନ୍ଦୀ କରାଯାଇଛି। କିନ୍ତୁ ଋଷ ଏହାକୁ ଅସ୍ୱୀକାର କରିଛି।

Leave A Reply

Your email address will not be published.