ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଋଷର ଚେତାବନୀ, ତୃତୀୟ ବିଶ୍ୱଯୁଦ୍ଧ ହେଲେ ପଡିବ ପରମାଣୁ ବୋମା

0

ଋଷ-ୟୁକ୍ରେନ ମଧ୍ୟରେ ମହାଯୁଦ୍ଧ ଆଜି ସପ୍ତମ ଦିନରେ ପହଞ୍ଚିଛି । ଖେରସନକୁ ଋଷ ସେନା ଦଖଲ କରିଥିବା ବେଳେ କିଭ୍‌କୁ କବଜା କରିବା ପାଇଁ ଋଷ ସେନା ଅଗ୍ରସର ହେଉଛନ୍ତି । ଖାରକିଭରେ ମଧ୍ୟ ଘନଘନ ବିସ୍ଫୋରଣ କରୁଛିୁ ଋଷ ସେନା। ଖାରକିଭରେ ସେନା ହସ୍ପିଟାଲ ଓ ସେନା ଏକାଡେମୀ ଉପରେ ଆକ୍ରମଣ କରି ଧଳିସାତ କରିଦେଇଛନ୍ତି ଋଷ ସେନା । ଏସବୁ ଭିତରେ ଋଷ ପୁଣି ଥରେ ଧମକ ଦେଇଛି । ୟୁକ୍ରେନକୁ କୌଣସି ବି ପରିସ୍ଥିତିରେ ପରମାଣୁ ଅସ୍ତ୍ର ଅକ୍ତିଆର କରିବାକୁ ଅନୁମତି ଦେବୁ ନାହିଁ ବୋଲି ଋଷ ଚେତାବନୀ ଦେଇଛି ।

ଋଷ କହିଛନ୍ତି, ଆମେରିକା କଥାରେ ୟୁକ୍ରେନ ପରିଚାଳିତ ନହେଉ । ଆମେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ । କିନ୍ତୁ ୟୁକ୍ରେନ ଆଲୋଚନାରେ ଆମେରିକା କଣ୍ଢେଇ ସାଜି ନନାଚୁ ଏବଂ ତୃତୀୟ ବିଶ୍ୱଯୁଦ୍ଧ ହେଲେ ପରମାଣୁ ଆକ୍ରମଣ କରିବ ବୋଲି ଧମକ ଦେଇଛନ୍ତି ଋଷର ବୈଦେଶିକ ମନ୍ତ୍ରୀ ସେରେଜ ଲାଭରୋଭ । ସେପଟେ ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି, ଋଷ ସୈନିକ ଆମର ଇତିହାସକୁ ମାଟିରେ ମିଶାଇବାକୁ ପ୍ରୟାସ କରୁଛନ୍ତି । ବିଭି୍‌ନ୍ନ ଧାର୍ମିକ ସ୍ଥଳ ଉପରେ ଋଷ ଆକ୍ରମଣ କରୁଛି । କିନ୍ତୁ ଆମର ଇତିହାସ ବାବଦରେ ଋଷ ବୋଧହୁଏ କିଛି ଜାଣିନାହିଁ ବୋଲି ସେ କହିଛନ୍ତି। ଖାରକିଭରେ ଋଷ ଲଗାତର ଆକ୍ରମଣ କରିଚାଲିଥିବା ବେଳେ ଏବେ ଯାଏଁ ୨୧ ଜଣଙ୍କ ମୃତ୍ୟୁ ହୋଇଛି । ୧୧୨ ଜଣ ଆହତ ହୋଇଥିବା ଜଣାପଡିଛି । ୟୁକ୍ରେନ ମଧ୍ୟ ଋଷର ଏକାଧିକ ଯୁଦ୍ଧାସ୍ତ୍ର ନଷ୍ଟ କରିଦେଇଥିବା ଦାବି କରିଛି । ୬ ଦିନରେ ୬ ହଜାର ଋଷୀୟ ନିହତ ହୋଇଥିବା ରାଷ୍ଟ୍ରପତି ଜେଲେନସ୍କି ଦାବି କରିଛନ୍ତି । ସେପଟେ ଋଷ ଓ ୟୁକ୍ରେନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଥିବା ବେଳେ କିଛି ସମାଧାନର ରାସ୍ତା ବାହାରିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.