ପ୍ରମୁଖ ଖବର

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରମାରଞ୍ଜନ ବଳିୟାର ସିଂ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଭୂକମ୍ପରେ ଥରିଲା ଓଡିଶା

0

ଭୂକମ୍ପରେ ଥରିଲା ଓଡିଶା । କଳାହାଣ୍ଡି ଓ ନବରଙ୍ଗପୁରରେ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି । ଆଜ ଦିନ ପ୍ରାୟ ସାଢେ ୨ଟା ସମୟରେ ଏହି
ଭୂକମ୍ପର ଝଟକା ୧୦ରୁ ୧୫ ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା । ହଠାତ ବଡ ଜୋରରେ ଶଦ୍ଦ ହେବା ସହ ଘରର ଆସବାବପତ୍ର ହଲିବାକୁ ଲାଗିଥିଲା । ଫଳରେ ଲୋକମାନେ ଭୟଭୀତ ହୋଇ ଘରୁ ବାହରକୁ ଦୌଡିବାକୁ ଲାଗିଥିଲେ । ଭୂମିକମ୍ପ ପ୍ରଭାବରେ କେତକ ଘରେ ଫାଟ ଦେଖିବାକୁ ମିଳିଛି । ତେବେ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ ।ରେକ୍ଟର ସ୍ଲେଲରେ ଭୂମିକମ୍ପର ତୀବ୍ରତା ୩.୫ ଥିବା ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ନବରଙ୍ଗପୁରର ଉମରକୋଟ,ଚନ୍ଦାହାଣ୍ଡି,ଝରିଗାଁ ଓ ଡାବୁଗାଁର କିଛି ଅଂଚଳରେ ଲୋକେ ଭୂକମ୍ପର ଝଟକା ଅନୁଭୂତ କରିଛନ୍ତି । ଡାବୁଗାଁ ଓ ଝରିଗାଁର କିଛି ଘରର କାନ୍ଥ ଫାଟିଯାଇଥିବା ଦେଖିବାକୁ ମିଳିଛି । ସେହିପରି କଳାହାଣ୍ଡିର ଅଧିକାଂଶ ଜାଗାରେ ଭୂକମ୍ପ ଅନୁଭୂତ ହୋଇଛି ।

Leave A Reply

Your email address will not be published.