ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ସେନ୍ ୱାର୍ଣ୍ଣଙ୍କ ସେଇ ଶେଷ ୨୦ ମିନିଟ୍‌..

0

କିମ୍ବଦନ୍ତୀ କ୍ରିକେଟର ସେନ୍ ୱାର୍ଣ୍ଣଙ୍କ ଦେହାନ୍ତ ପରେ ପୁରା କ୍ରିକେଟ ଜଗତ ସ୍ତବ୍ଧ ହୋଇଛି । ୫୨ ବର୍ଷ ବୟସରେ ଥାଇଲାଣ୍ଡରେ ଆଖିବୁଜିଛନ୍ତି ସେନୱାର୍ଣ୍ଣ। ଥାଇଲାଣ୍ଡ ଛୁଟି କାଟିବାକୁ ଯାଇଥିବା ବେଳେ ସେଠାରେ ହିଁ ତାଙ୍କର ପରଲୋକ ହୋଇଛି । ସେନ୍ ୱାର୍ଣ୍ଣଙ୍କ ହୃଦଘାତ ସମୟରେ ତାଙ୍କ ସହ ୩ ଜଣ ସାଙ୍ଗ ମଧ୍ୟ ରହିଥିବା ଜଣାପଡିଛି । ସୂଚନା ଅନୁସାରେ, ଏହି ୩ ଜଣ ସାଙ୍ଗ ପାଖାପାଖି ୨୦ ମିନିଟ ଧରି ସେନ୍ ୱାର୍ଣ୍ଣଙ୍କ ଜୀବନ ବଞ୍ଚାଇବାକୁ ସଂଘର୍ଷ କରିଥିଲେ । କିନ୍ତୁ ସେ ସଫଳ ହୋଇପାରିନଥିଲେ । ଏହି ସୂଚନା, ମାମଲାର ତଦନ୍ତ କରୁଥିବା ଥାଇଲାଣ୍ଡ ପୁଲିସ ଦେଇଛି ।

ଥାଇଲାଣ୍ଡ ପୁଲିସର ସୂଚନା ଅନୁସାରେ, କୋ ସାମଉଇରେ ଥିବା ଗୋଟିଏ ପ୍ରାଇଭେଟ ଭିଲ୍ଲାରେ ସେନ୍ ୱାର୍ଣ୍ଣ ଓ ତାଙ୍କ ୩ ଜଣ ସାଙ୍ଗ ରହୁଥିଲେ । ଶୁକ୍ରବାର ଦିନ ରାତ୍ରି ଖାଇବା ପାଇଁ ସେନ ୱାର୍ଣ୍ଣ ତଳକୁ ଆସିନଥିଲେ । ଜଣେ ସାଙ୍ଗ ତାଙ୍କୁ ଖାଇବାକୁ ଡାକିବାକୁ ଯାଇଥିଲେ । ସେହି ସମୟରେ ସେ ସେନ୍ ୱାର୍ଣ୍ଣଙ୍କୁ ଅଚେତ ଅବସ୍ଥାରେ ଦେଖିବାକୁ ପାଇଥିଲେ । ସେତେବେଳେ ସାଙ୍ଗମାନେ ତାଙ୍କୁ ସିଆରପି ଜରିଆରେ ତାଙ୍କର ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ଆମ୍ବୁଲାନ୍ସକୁ ମଧ୍ୟ ଫୋନ କରିଥିଲେ । ଏହା ପରେ ତାଙ୍କୁ ସାଙ୍ଗେ ସାଙ୍ଗେ ଥାଇ ଇଂଟରନ୍ୟାସନାଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ପାଖାପାଖି ୫ ମିନିଟ ଯାଏ ୱାର୍ଣ୍ଣଙ୍କୁ ସିଆରପି ଦିଆଯାଇଥିଲା । କିନ୍ତୁ ୱାର୍ଣ୍ଣଙ୍କ ଜୀବନ ବଞ୍ଚାଇପାରିନଥିଲେ । ୱାର୍ଣ୍ଣଙ୍କ ଦେହାନ୍ତ ଖବର କ୍ରିକେଟ ଜଗତକୁ ସ୍ତବ୍ଧ କରିଦେଇଥିବା ବେଳେ ଏହାକୁ କିଏ ସହଜରେ ଗ୍ରହଣ କରିପାରୁନାହାନ୍ତି । ହୃଦଘାତର କିଛି ଘଣ୍ଟା ପୂର୍ବରୁ ୱାର୍ଣ୍ଣ ନିଜ ଦେଶର କ୍ରିକେଟର ରଡନୀ ମାର୍ଶଙ୍କ ଦେହାନ୍ତରେ ଟୁଇଟ କରି ଦୁଃଖ ପ୍ରକାଶ କରିଥିଲେ ।

Leave A Reply

Your email address will not be published.