ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ସେନ୍ ୱାର୍ଣ୍ଣଙ୍କ ସେଇ ଶେଷ ୨୦ ମିନିଟ୍‌..

0

କିମ୍ବଦନ୍ତୀ କ୍ରିକେଟର ସେନ୍ ୱାର୍ଣ୍ଣଙ୍କ ଦେହାନ୍ତ ପରେ ପୁରା କ୍ରିକେଟ ଜଗତ ସ୍ତବ୍ଧ ହୋଇଛି । ୫୨ ବର୍ଷ ବୟସରେ ଥାଇଲାଣ୍ଡରେ ଆଖିବୁଜିଛନ୍ତି ସେନୱାର୍ଣ୍ଣ। ଥାଇଲାଣ୍ଡ ଛୁଟି କାଟିବାକୁ ଯାଇଥିବା ବେଳେ ସେଠାରେ ହିଁ ତାଙ୍କର ପରଲୋକ ହୋଇଛି । ସେନ୍ ୱାର୍ଣ୍ଣଙ୍କ ହୃଦଘାତ ସମୟରେ ତାଙ୍କ ସହ ୩ ଜଣ ସାଙ୍ଗ ମଧ୍ୟ ରହିଥିବା ଜଣାପଡିଛି । ସୂଚନା ଅନୁସାରେ, ଏହି ୩ ଜଣ ସାଙ୍ଗ ପାଖାପାଖି ୨୦ ମିନିଟ ଧରି ସେନ୍ ୱାର୍ଣ୍ଣଙ୍କ ଜୀବନ ବଞ୍ଚାଇବାକୁ ସଂଘର୍ଷ କରିଥିଲେ । କିନ୍ତୁ ସେ ସଫଳ ହୋଇପାରିନଥିଲେ । ଏହି ସୂଚନା, ମାମଲାର ତଦନ୍ତ କରୁଥିବା ଥାଇଲାଣ୍ଡ ପୁଲିସ ଦେଇଛି ।

ଥାଇଲାଣ୍ଡ ପୁଲିସର ସୂଚନା ଅନୁସାରେ, କୋ ସାମଉଇରେ ଥିବା ଗୋଟିଏ ପ୍ରାଇଭେଟ ଭିଲ୍ଲାରେ ସେନ୍ ୱାର୍ଣ୍ଣ ଓ ତାଙ୍କ ୩ ଜଣ ସାଙ୍ଗ ରହୁଥିଲେ । ଶୁକ୍ରବାର ଦିନ ରାତ୍ରି ଖାଇବା ପାଇଁ ସେନ ୱାର୍ଣ୍ଣ ତଳକୁ ଆସିନଥିଲେ । ଜଣେ ସାଙ୍ଗ ତାଙ୍କୁ ଖାଇବାକୁ ଡାକିବାକୁ ଯାଇଥିଲେ । ସେହି ସମୟରେ ସେ ସେନ୍ ୱାର୍ଣ୍ଣଙ୍କୁ ଅଚେତ ଅବସ୍ଥାରେ ଦେଖିବାକୁ ପାଇଥିଲେ । ସେତେବେଳେ ସାଙ୍ଗମାନେ ତାଙ୍କୁ ସିଆରପି ଜରିଆରେ ତାଙ୍କର ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ଆମ୍ବୁଲାନ୍ସକୁ ମଧ୍ୟ ଫୋନ କରିଥିଲେ । ଏହା ପରେ ତାଙ୍କୁ ସାଙ୍ଗେ ସାଙ୍ଗେ ଥାଇ ଇଂଟରନ୍ୟାସନାଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ପାଖାପାଖି ୫ ମିନିଟ ଯାଏ ୱାର୍ଣ୍ଣଙ୍କୁ ସିଆରପି ଦିଆଯାଇଥିଲା । କିନ୍ତୁ ୱାର୍ଣ୍ଣଙ୍କ ଜୀବନ ବଞ୍ଚାଇପାରିନଥିଲେ । ୱାର୍ଣ୍ଣଙ୍କ ଦେହାନ୍ତ ଖବର କ୍ରିକେଟ ଜଗତକୁ ସ୍ତବ୍ଧ କରିଦେଇଥିବା ବେଳେ ଏହାକୁ କିଏ ସହଜରେ ଗ୍ରହଣ କରିପାରୁନାହାନ୍ତି । ହୃଦଘାତର କିଛି ଘଣ୍ଟା ପୂର୍ବରୁ ୱାର୍ଣ୍ଣ ନିଜ ଦେଶର କ୍ରିକେଟର ରଡନୀ ମାର୍ଶଙ୍କ ଦେହାନ୍ତରେ ଟୁଇଟ କରି ଦୁଃଖ ପ୍ରକାଶ କରିଥିଲେ ।

Leave A Reply

Your email address will not be published.