ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ନୂଆ ନେତାଙ୍କୁ ଦାୟିତ୍ୱ ଦେଲେ ସୋନିଆ

0

ନିକଟରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନରେ ଖରାପ ପ୍ରଦର୍ଶନ ପରେ ଏହାକୁ ନେଇ ମାନସ ମନ୍ଥନ କରିଛି କଂଗ୍ରେସ । ସମ୍ପୃକ୍ତ ରାଜ୍ୟର ପିସିସି ସଭାପତି ମାନଙ୍କୁ ହଟାଇ ସେମାନଙ୍କ ସ୍ଥାନରେ ନୂଆ ସଭାପତିଙ୍କୁ ନିଯୁକ୍ତି କରାଯାଇଛି । ଏଆଇସିସି ପକ୍ଷରୁ ଏନେଇ ନବ ନିଯୁକ୍ତ କଂଗ୍ରେସ ସଭାପତିଙ୍କ ତାଲିକା ପ୍ରକାଶ ପାଇଛି । ଜୟରାମ ରମେଶଙ୍କୁ ମଣିପୁର, ଅଜୟ ମାକନଙ୍କୁ ପଞ୍ଜାବର ସ୍ଥିତି ଆକଳନ କରିବାକୁ ଦାୟିତ୍ୱ ଦିଆଯାଇଛି । ରାଜ୍ୟସଭା ସାଂସଦ ରଜନୀ ପାଟିଲଙ୍କୁ ଗୋଆର ସ୍ଥିତି ଆକଳନ କରିବାକୁ କୁହାଯାଇଛି । କଂଗ୍ରେସ ନେତା ଜିତେନ୍ଦ୍ର ସିଂହ ଉତ୍ତରପ୍ରଦେଶ ନିର୍ବାଚନ ପରେ ସ୍ଥିତି ଆକଳନ କରିବେ ଓ ପରିବର୍ତ୍ତନ ନେଇ ପରାମର୍ଶ ଦେବେ । ଅବିନାଶ ପାଣ୍ଡେଙ୍କୁ ମଧ୍ୟ ଉତ୍ତରାଖଣ୍ଡ ଦାୟିତ୍ୱ ଦିଆଯାଇଛି ।

ଏହି ନୂଆ ସଭାପତି ମାନଙ୍କୁ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି ନିଯୁକ୍ତ କରିଛନ୍ତି । ୫ ରାଜ୍ୟ ଉତ୍ତରପ୍ରଦେଶ , ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର,ଗୋଆ ବିଧାନସଭାରେ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି । ପଞ୍ଜାବରେ ଆପଠାରୁ ପରାସ୍ତ ହୋଇ କ୍ଷମତାଚ୍ୟୁତ ହୋଇଛି କଂଗ୍ରେସ । ୫ ରାଜ୍ୟରେ ପରାଜୟ ପରେ ଗତ ୧୫ ତାରିଖରେ ସୋନିଆ ଗାନ୍ଧି ସମ୍ପକୃ ରାଜ୍ୟର ପିସିସି ସଭାପତି ମାନଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ସମ୍ପୃକ୍ତ ରାଜ୍ୟର ସାଙ୍ଗଠାନିକ ପରିବର୍ତ୍ତନ କରି କଂଗ୍ରେସ ଘର ସଜାଡିବା ଆରମ୍ଭ କରିଛି ।

Leave A Reply

Your email address will not be published.