ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ପାଉଁରୁଟି ଫ୍ୟାକ୍ଟ୍ରିରେ ନିଆଁ,ପୋଡ଼ି ହୋଇ ସ୍ୱାମୀ,ସ୍ତ୍ରୀ ମୃତ

0

ପାଉଁରୁଟି ଫ୍ୟାକ୍ଟ୍ରିରେ କାମ କରିବା ସମୟରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ପୋଡି ହୋଇ ଗୋଟିଏ ପରିବାର ୨ ଜଣ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । କଲ୍ୟାଣସିଂହପୁର ଶିଖରପାଇରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଖବର ଅନୁସାରେ, କଲ୍ୟାଣସିଂହପୁର ଶିଖରପାଇ ଗାଁର ଦୟାନିଧି ବେହେରାଙ୍କ ପାଉରୁଟି ଫ୍ୟାକ୍ଟ୍ରି ରହିଛି ।

ଗତକାଲି ସନ୍ଧ୍ୟା ବେଳେ ହଠାତ କିଭଳି ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା । ଦୟାନିଧି, ତାଙ୍କ ପତ୍ନୀ ,ବଡ଼ ପୁଅ ଓ ବୋହୂ ଥିଲେ । ପାଖ ପଡୋଶୀ କବାଟ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏହାପରେ ଦୟାନିଧି ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ବେହେରାଙ୍କୂ ବ୍ରହ୍ମପୁର ଏମକେସିଜି ମେଡିକାଲ ସ୍ଥାନାନ୍ତର ବେଳେ ଉଭୟ୍‌ଙ୍କ ମୃତ୍ୟୁ ହୋଇଛି । ଆଉ ୩ ଗୁରୁତରଙ୍କୁ ବ୍ରହ୍ମୁପୁରରୁ ଭୁବନେଶ୍ୱର ଓ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଛି । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡିନଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.