ପ୍ରମୁଖ ଖବର

ଆୟଠୁ ଅଧିକ ସମ୍ପତ୍ତି ଠୁଳ କରି ମହାକାଳପଡା ତହସିଲଦାର୍‌ ଗିରଫ
୭.୬ ତୀବ୍ରତାର ଭୂମିକମ୍ପରେ ଥରିଲା ଫିଲିପାଇନ୍ସ,
ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାର
ସମୁଦ୍ରରେ ବୁଡ଼ିଲା ମାଛଧରା ଡଙ୍ଗା, ଅଳ୍ପକେ ବଞ୍ଚିଲେ ୮ ମତ୍ସ୍ୟଜୀବୀ
ଓଡିଶା ଫେରିଲେ ନବୀନ ପଟ୍ଟନାୟକ

ମାନସ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ର ଛାନ୍‌ଭିନ୍‌

0

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଆରମ୍ଭ କରିଛି ତଦନ୍ତ । ଏଯାଏଁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ପାଖରେ ପୁଲିସ ପହଞ୍ଚି ପାରିନଥିବା ବେଳେ ରାଜ୍ୟ ବାହାରକୁ ଯାଇଛି ଏକ କ୍ରାଇମବ୍ରାଞ୍ଚ ଟିମ୍ । ହତ୍ୟା ମାମଲା ଉପରୁ ପରଦା ହଟାଇବାକୁ ଆକ୍ସନ ମୋଡରେ କ୍ରାଇମବ୍ରାଞ୍ଚ ଟିମ୍ । କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ ମଧ୍ୟ ଭଦ୍ରକ ଏସପି ଅଫିସରେ ପହଞ୍ଚି ଏସପିଙ୍କ ସହ ଆଲୋଚନା କରିଛନ୍ତି । ଏହି ମାମଲାରେ ଜଡିତ ସମସ୍ତ କାଗଜପତ୍ର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି ।

କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ଗତକାଲି ମାନସ ହତ୍ୟା ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ସମ୍ଭାଳିବ ବୋଲି କହିଥିଲେ । ଏଥିପାଇଁ ୨ଟି ଟିମ୍ ଗଠନ କରାଯାଇଛି । ଗୋଟିଏ ଟିମ୍ ମାନସ ହତ୍ୟା ମାମଲାର ତଦନ୍ତ କରିବ । ଅନ୍ୟ ଟିମଟି ଶର୍ମିଷ୍ଠାଙ୍କୁ ଖୋଜି ବାହାର କରିବାରେ ସାହାର୍ଯ୍ୟ କରିବ । ଶର୍ମିଷ୍ଠା ରାଜ୍ୟ ବାହାରକୁ ଯାଇଥିବା ଅନୁମାନ କରାଯାଉଥିବା ବେଳେ କ୍ରାଇମବ୍ରାଞ୍ଚ ର ଏକ ଟିମ୍ ଆଜି ରାଜ୍ୟ ବାହାରକୁ ଯାଇଛି । ଶର୍ମିଷ୍ଠାଙ୍କ ଫେରାର ପଛରେ ସହଯୋଗ କରିଥିବା ତାଙ୍କ ଭାଇଙ୍କୁ ମଧ୍ୟ ବିଜୟୱାଡାରୁ ଆଣି ପୁଲିସ ଗିରଫ କରିଛି । ଶର୍ମିଷ୍ଠା ରାଉତ ଗିରଫ ପରେ ହତ୍ୟା ମାମଲାରୁ ସମ୍ପୂର୍ଣ୍ଣ ପରଦା ଉଠିପାରିବ । ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନା ଏବେ ବି ଫେରାର ଅଛନ୍ତି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ସମେତ ପୁଲିସ ଏ ମାମଲାରେ ଏବେ ଯାଏ ୬ ଜଣଙ୍କୁ ଗିରଫ କରିଛି ।

Leave A Reply

Your email address will not be published.