ପ୍ରମୁଖ ଖବର

ଦକ୍ଷିଣ ଆଣ୍ଡମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର ।
ଚଳିତ ମାସ ଶେଷ ସୁଦ୍ଧା ଯୋଡି ହେବ ଆଉ ୧୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ମହାପ୍ରଭୁଙ୍କ ଅଧୀନକୁ ଆସିବ ଏମାର ମଠର ରୁପା ଇଟା
କୁହୁଡି ଯୋଗୁ ୩ ମାସ ପାଇଁ ବାତିଲ ହେଲା ୨୪ ଟ୍ରେନ
ଟ୍ରକକୁ ଧକ୍କା ଦେଲା ଆମ୍ବୁଲାନ୍ସ, ଜଣେ ମୃତ ଓ ୫ଗୁରୁତର

ବଲାଙ୍ଗୀରରେ ଚାଞ୍ଚଲ୍ୟ ଶାଶୁ,ବୋହୂଙ୍କୁ ଗଳାକାଟି ହତ୍ୟା

0

ବଲାଙ୍ଗୀରରେ ଚା ଲ୍ୟ । ଶାଶୁ,ବୋହୂଙ୍କୁ ଗଳାକାଟି ହତ୍ୟା । ଏଭଳି ଜଘନ୍ୟ କାଣ୍ଡ ଘଟିଛି ତୁଷୁରା ଥାନା ନୂଆପଡାରେ । ତେବେ ଶାଶୁ,ବୋହୂଙ୍କୁ କିଏ ଓ କାହିଁକି ମାରିଲା ତାହା ଏଯାଏଁ ଜଣାପଡିନି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଶାଶୁ, ବୋହୂ ହେଲେ ପ୍ରେମଶିଳା ମେହେର ଓ ଅମ୍ବିକା ମେହେର । ଘରେ କେହି ନଥିବା ସମୟରେ କେବଳ ଶାଶୁ ବୋହୂ ଥିବା ସମୟରେ ଏହି ହତ୍ୟାକାଣ୍ଡ ଘଟିଛି । ଏକ ଧାରୁଆ ଅସ୍ତ୍ରରେ କେହି ଶାଶୁ,ବୋହୂଙ୍କୁ ହତ୍ୟା କରିଛି । ଘର ଭିତରୁ ଉଭୟଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଅତି ନିର୍ମମ ଭାବେ କିଏ ହତ୍ୟା କଲା । ହତ୍ୟାକାରୀ କିଏ । ସେ ନେଇ ପୁଲିସ ଖୋଳତାଡ ଆରମ୍ଭ କରିଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମର ସହଯୋଗ ନିଆଯାଇପାରେ ବୋଲି ପୁଲିସ କହିଛି ।

Leave A Reply

Your email address will not be published.