ପ୍ରମୁଖ ଖବର

ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ
ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ
ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ
ନବୀନଙ୍କ ୪ ଜିଲ୍ଲା ଗସ୍ତ: ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ
ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସି କୁ ଲେଖିଲେ କଡ଼ା କଥା,ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି

ପୁଣି ରିମାଣ୍ଡରେ ଶର୍ମିଷ୍ଠା ଓ ଝୁନା, ଅନେକ ରହସ୍ୟ ଉପରୁ ହଟିବ ପରଦା

0

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ପୁଣି ରିମାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇ । ଉଭୟଙ୍କୁ ଆଜିଠୁ ପୁଣି ୩ ଦିନିଆ ରିମାଣ୍ଡରେ ନେଇ ଗୁଡାଇତୁଡାଇ ପ୍ରଶ୍ନ କରିବ କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠା ଓ ଝୁନାଙ୍କୁ ଜେରା କରିବା ବେଳେ ଆଉ ଅନେକ ରହସ୍ୟ ଉପରୁ ପରଦା ଉଠିପାରେ । ନିରଞ୍ଜନଙ୍କ ଡାଏରୀକୁ ନେଇ ମୁଖ୍ୟତଃ ଫୋକସ ରହିବ । ଏଯାଏଁ ମିଳିନଥିବା ମେମୋରୀ ଚିପ୍‌କୁ ନେଇ ମଧ୍ୟ ପଚରାଉଚରା ହେବ । ସମ୍ପୂର୍ଣ୍ଣ ୱେବ ଚ୍ୟାନେଲ କମ୍ପୁଟରରୁ ମିଳିଥିବା ତଥ୍ୟର ମଧ୍ୟ ଯାଞ୍ଚ ହେବା ନେଇ କ୍ରାଇମବ୍ରାଞ୍ଚ ସୂତ୍ରରୁ ସୂଚନା ମିଳିଛି ।

୪ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ଅନେକ ତଥ୍ୟ ପଦାକୁ ଆଣିଥିଲା ବେଳେ ଏବେ ବି ଅନେକ ରହସ୍ୟ ଭିତରେ ରହିଯାଇଛି । ମାନସଙ୍କୁ କେମିତି ଅପହରଣ କରିଥିଲେ, କେଉଁଠି ହତ୍ୟା କରିଥିଲେ, କେଉଁଠି ମୃତଦେହକୁ ପୋତିଥିଲେ । ଅଭିଯୁକ୍ତଙ୍କୁ ନେଇ ଏସବୁର ସିନ୍ ରିକ୍ରିଏସନ କରିଥିଲା କ୍ରାଇମବ୍ରାଞ୍ଚ । ଅଭିଯୁକ୍ତଙ୍କଠୁ ଗୋଟି ଗୋଟି କରି ସବୁ ସତ ଉଗାଳିଥିଲା । କିନ୍ତୁ ଏବେ ମାନସଙ୍କୁ କାହିଁକି ମାରିଲେ ତାହା ସ୍ପଷ୍ଟ ହୋଇନାହିଁ । ଏହା ସହ ମେମୋରି ଚିପ୍‌ରେ କଣ ଥିଲା ଏବେ ଏଯାଏଁ ଚିପ୍‌ଟି ମିଳିନଥିବା ବେଳେ ସେ ନେଇ ମଧ୍ୟ ଜେରା କରାଯିବ ।

Leave A Reply

Your email address will not be published.