ପ୍ରମୁଖ ଖବର

ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷତା ଓ ଅଗ୍ରଗତିର ସ୍ମୃତିଚାରଣ
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସ୍‌ରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ନିଟ୍‌ ପରୀକ୍ଷାରେ ବିଫଳ ପରେ ଛାତ୍ରୀଙ୍କ ଆତ୍ମହତ୍ୟା
ଜଳନ୍ଧରରୁ ୬,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ
ଆର୍ଯ୍ୟନ୍‌ ଓ ପାଂଶୁଲ ନିଟ୍‌-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍‌, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି

ପୁଣି ରିମାଣ୍ଡରେ ଶର୍ମିଷ୍ଠା ଓ ଝୁନା, ଅନେକ ରହସ୍ୟ ଉପରୁ ହଟିବ ପରଦା

0

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ପୁଣି ରିମାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇ । ଉଭୟଙ୍କୁ ଆଜିଠୁ ପୁଣି ୩ ଦିନିଆ ରିମାଣ୍ଡରେ ନେଇ ଗୁଡାଇତୁଡାଇ ପ୍ରଶ୍ନ କରିବ କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠା ଓ ଝୁନାଙ୍କୁ ଜେରା କରିବା ବେଳେ ଆଉ ଅନେକ ରହସ୍ୟ ଉପରୁ ପରଦା ଉଠିପାରେ । ନିରଞ୍ଜନଙ୍କ ଡାଏରୀକୁ ନେଇ ମୁଖ୍ୟତଃ ଫୋକସ ରହିବ । ଏଯାଏଁ ମିଳିନଥିବା ମେମୋରୀ ଚିପ୍‌କୁ ନେଇ ମଧ୍ୟ ପଚରାଉଚରା ହେବ । ସମ୍ପୂର୍ଣ୍ଣ ୱେବ ଚ୍ୟାନେଲ କମ୍ପୁଟରରୁ ମିଳିଥିବା ତଥ୍ୟର ମଧ୍ୟ ଯାଞ୍ଚ ହେବା ନେଇ କ୍ରାଇମବ୍ରାଞ୍ଚ ସୂତ୍ରରୁ ସୂଚନା ମିଳିଛି ।

୪ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ଅନେକ ତଥ୍ୟ ପଦାକୁ ଆଣିଥିଲା ବେଳେ ଏବେ ବି ଅନେକ ରହସ୍ୟ ଭିତରେ ରହିଯାଇଛି । ମାନସଙ୍କୁ କେମିତି ଅପହରଣ କରିଥିଲେ, କେଉଁଠି ହତ୍ୟା କରିଥିଲେ, କେଉଁଠି ମୃତଦେହକୁ ପୋତିଥିଲେ । ଅଭିଯୁକ୍ତଙ୍କୁ ନେଇ ଏସବୁର ସିନ୍ ରିକ୍ରିଏସନ କରିଥିଲା କ୍ରାଇମବ୍ରାଞ୍ଚ । ଅଭିଯୁକ୍ତଙ୍କଠୁ ଗୋଟି ଗୋଟି କରି ସବୁ ସତ ଉଗାଳିଥିଲା । କିନ୍ତୁ ଏବେ ମାନସଙ୍କୁ କାହିଁକି ମାରିଲେ ତାହା ସ୍ପଷ୍ଟ ହୋଇନାହିଁ । ଏହା ସହ ମେମୋରି ଚିପ୍‌ରେ କଣ ଥିଲା ଏବେ ଏଯାଏଁ ଚିପ୍‌ଟି ମିଳିନଥିବା ବେଳେ ସେ ନେଇ ମଧ୍ୟ ଜେରା କରାଯିବ ।

Leave A Reply

Your email address will not be published.