ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ
ଡିସିପି ଅଫିସରେ ଆତ୍ମସମର୍ପଣ ପରେ ଗିରଫ ହେଲେ ଜଗନ୍ନାଥ ପ୍ରଧାନ
ଦେବାଶିଷ ସିଂହ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ
ସ୍କୁଲ ଗ୍ରେଡିଂ ସିଷ୍ଟମ: ଜାତୀୟ ସ୍ତରରେ ୫ମ ସ୍ଥାନରେ ଓଡ଼ିଶା
ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ଵସ୍ତି
ଆସନ୍ତା ୬ରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ
ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍
କଟକ: ଡ୍ୟୁଟି ସାରି ଫେରିବା ବେଳେ ମହିଳା ହୋମ୍‌ଗାର୍ଡଙ୍କ ଉପରେ ଚଢିଗଲା ଟ୍ରକ୍

ରାଜ୍ୟରେ ଦୁଇ ଦିନ ଘଡଘଡି ସହ ବର୍ଷା ସମ୍ଭାବନା

0

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଆଉଟପାଉଟ ହେଉଛନ୍ତି ଲୋକେ । କିନ୍ତୁ ଏଥିରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ । ରାଜ୍ୟରେ ଦୁଇ ଦିନ ହାଲୁକା ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର,ମୟୂରଭଞ୍ଜ, କୋରାପୁଟ,ଗଜପତି, ରାୟଗଡା ଆଦି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ମାଲକାନଗିରି, କନ୍ଧମାଳ, ଗଞ୍ଜାମ,ଗଜପତି,ରାୟଗଡ଼ା, କୋରାପୁଟ,ବାଲେଶ୍ୱର, ଭଦକ୍ରରେ ସ୍ଥାନେ ସ୍ଥାନେ ବର୍ଷା ହୋଇପାରେ । ତେବେ କିଛି ଜିଲ୍ଲାରେ ବର୍ଷା ସତ୍ତ୍ବେ ମଧ୍ୟ ଅଧିକ ଗ୍ରୀଷ୍ମ ପ୍ରବାହ ଅଧିକ ଅନୁଭୂତ ହୋଇପାରେ ।

ପଶ୍ଚିମ ଓଡିଶାର ଜିଲ୍ଲାଗୁଡିକାରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଗତକିଛି ଦିନ ହେଲା ପଶ୍ଚିମ ଓଡିଶାର ୬ ଜିଲ୍ଲାରେ ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିଲା ।୪୧.୬ ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡ଼ ସବୁଠୁ ଉ ପ୍ତ ସହର ଥିଲାା ତେବେ ଏପ୍ରିଲ ୬ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ତାର ପାଶ୍ୱବର୍ତ୍ତୀ ଅଂଚଳରେ ବାୟୁମଣ୍ଡଳର ଉପରି ଭାଗରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୨୪ ଘଣ୍ଟାରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି ।

Leave A Reply

Your email address will not be published.