ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ଟଙ୍କା ବାହାରିଲାନି, ଏଟିଏମକୁ ଟେକି ନେଲେ

0

ଏଟିଏମରୁ ଟଙ୍କା ବାହାରିଲାନି । ଶେଷରେ ଟଙ୍କା ସହ ଏଟିଏମ ଟେକି ନେଲେ ଦୁର୍ବୃତ୍ତ । ରାଜଧାନୀରେ ଘଟିଛି ଏଭଳି ଲୁଟ । ଆଉ ଲୁଟର ସମସ୍ତ ଦୃଶ୍ୟ
ସିସିଟିଭିରେ କଏଦ ହୋଇଛି । ଭୁବନେଶ୍ୱର ଶିଶୁପାଳଗଡ଼ ଇନ୍ଦିରା କଲୋନୀରେ ଥିବା ଏଟିଏମକୁ ଦୁର୍ବୃତ୍ତ ନେଇଯାଇଛନ୍ତି । ଏହି ଏଟିଏମର ଓଜନ ୩ କ୍ୱିଣ୍ଟାଲ ହେବ । ଏବଂ ଏଥିରେ ୧୭ ଲକ୍ଷ ୧୪ ହଜାର ଟଙ୍କା ଥିଲା । ଦୁର୍ବୃତ୍ତମାନେ ଗତରାତିରେ ଏଟିଏମରୁ ଟଙ୍କା ବାହାର କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଟଙ୍କା ବାହାର କରିବାରେ ସଫଳ ନହେବାରୁ ଏଟିଏମକୁ କିଛି ବାଟ ଘୋଷାଡି ଘୋଷାଡି ନେଇଥିଲେ । ଏହା ପରେ ଏଟିଏମକୁ ଟେକି ନେଇଥିଲେ ଦୁର୍ବୃତ୍ତ । ତିନିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଏଟିଏମକୁ ଟାଣି ଟାଣି ନେଉଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସିସିଟିଭିକୁ ମଧ୍ୟ ଦୁର୍ବୃତ୍ତ ଭାଙ୍ଗିଦେଇଛନ୍ତି । ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସିସିଟିଭ ଫୁଟେଜ ଆଧାରରେ ଦୁର୍ବୃତ୍ତ ଙ୍କୁ ଧରିବାକୁ ଉଦ୍ୟମ କରାଯାଉଛି । ସାଇଣ୍ଟିଫିକ୍ ଟିମ ମଧ୍ୟ ଘଟଣା ସ୍ଥଳରେ ପହଚିଞ୍ଛି।

Leave A Reply

Your email address will not be published.