ଏଟିଏମରୁ ଟଙ୍କା ବାହାରିଲାନି । ଶେଷରେ ଟଙ୍କା ସହ ଏଟିଏମ ଟେକି ନେଲେ ଦୁର୍ବୃତ୍ତ । ରାଜଧାନୀରେ ଘଟିଛି ଏଭଳି ଲୁଟ । ଆଉ ଲୁଟର ସମସ୍ତ ଦୃଶ୍ୟ
ସିସିଟିଭିରେ କଏଦ ହୋଇଛି । ଭୁବନେଶ୍ୱର ଶିଶୁପାଳଗଡ଼ ଇନ୍ଦିରା କଲୋନୀରେ ଥିବା ଏଟିଏମକୁ ଦୁର୍ବୃତ୍ତ ନେଇଯାଇଛନ୍ତି । ଏହି ଏଟିଏମର ଓଜନ ୩ କ୍ୱିଣ୍ଟାଲ ହେବ । ଏବଂ ଏଥିରେ ୧୭ ଲକ୍ଷ ୧୪ ହଜାର ଟଙ୍କା ଥିଲା । ଦୁର୍ବୃତ୍ତମାନେ ଗତରାତିରେ ଏଟିଏମରୁ ଟଙ୍କା ବାହାର କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଟଙ୍କା ବାହାର କରିବାରେ ସଫଳ ନହେବାରୁ ଏଟିଏମକୁ କିଛି ବାଟ ଘୋଷାଡି ଘୋଷାଡି ନେଇଥିଲେ । ଏହା ପରେ ଏଟିଏମକୁ ଟେକି ନେଇଥିଲେ ଦୁର୍ବୃତ୍ତ । ତିନିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଏଟିଏମକୁ ଟାଣି ଟାଣି ନେଉଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସିସିଟିଭିକୁ ମଧ୍ୟ ଦୁର୍ବୃତ୍ତ ଭାଙ୍ଗିଦେଇଛନ୍ତି । ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସିସିଟିଭ ଫୁଟେଜ ଆଧାରରେ ଦୁର୍ବୃତ୍ତ ଙ୍କୁ ଧରିବାକୁ ଉଦ୍ୟମ କରାଯାଉଛି । ସାଇଣ୍ଟିଫିକ୍ ଟିମ ମଧ୍ୟ ଘଟଣା ସ୍ଥଳରେ ପହଚିଞ୍ଛି।
ପ୍ରମୁଖ ଖବର
୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ