ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

୧୮ ବର୍ଷରୁ ଅଧିକଙ୍କୁ ଦିଆଯିବ ବୁଷ୍ଟର ଡୋଜ

0

ଏବେ ୧୮ବର୍ଷରୁ ଅଧିକ ସମସ୍ତଙ୍କୁ ମିଳିବ ବୁଷ୍ଟର ଡୋଜ । କେନ୍ଦ୍ର ସରକାର ଏନେଇ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏପ୍ରିଲ ୧୦ ତାରିଖରୁ ଦେଶରେ ୧୮ ବର୍ଷରୁ ଅଧିକ ସମ୍‌ସ୍ତେ ବୁଷ୍ଟର ଡୋଜ ନେଇପାରିବେ । କେନ୍ଦ୍ର ସରକାରଙ୍କ ସୂଚନା ମୁତାବକ,୧୮ ବର୍ଷରୁ ଅଧିକ ଓ ୯ ମାସ ପୂର୍ବରୁ ଟିକାର ଉଭୟ ଡୋଜ ନେଇଥିବା ଲୋକଙ୍କୁ ବୁଷ୍ଟର ଡୋଜ ଦିଆଯିବ ।

ତେବେ ଦେଶର ସମସ୍ତ ଘରୋଇ ଟିକାକରଣ କେନ୍ଦ୍ରରେ ଏହି ଟିକା ଉପଲବ୍ଧ ହେବ । ସେପଟେ ସରକାରୀ ଟିକାକରଣ କେନ୍ଦ୍ରରେ ପୂର୍ବଭଳି ଟିକାର ଉଭୟ ଡୋଜ ମିଳିବ ଏହା ସହ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କ ସେହି ଟିକାକରଣ କେନ୍ଦ୍ରରେ ବୁଷ୍ଟର ଡୋଜ ଦିଆଯିବ । ମିଳିଥିବା ସୂଚନା ମୁତାବକ ଦେଶରେ ୧୫ ବର୍ଷରୁ ଅଧିକ ବୟସର ପିଲା ଗୋଟେ ଟିକା ନେଇଥିବା ସଂଖ୍ୟା ୯୬ ପ୍ରତିଶତ ରହିଛି ।ସେହିପରି ୮୩ ପ୍ରତିଶତ ଡବଲ ଡୋଜ ଅର୍ଥାତ ଦୁଇଟି ଯାକ ଟିକା ନେଇଛନ୍ତି ।

Leave A Reply

Your email address will not be published.