ପ୍ରମୁଖ ଖବର

ମେସି ଇଭେଣ୍ଟ ଅବ୍ୟବସ୍ଥା: ୩୩ ହଜାର ଦର୍ଶକଙ୍କୁ ଟଙ୍କା ଫେରାଇବାକୁ ଘୋଷଣା
କଟକ କଂଗ୍ରେସରେ ଫାଟ ବଢ଼ିଲା, ଓଜେସିରୁ ଲଢ଼ିବେ ସୋଫିଆ: ମୋକିମ
ପାଲଲହଡ଼ାରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ, ୨ ଦିନରେ ୧୯ ପଜିଟିଭ୍‌, ଜଣେ ମୃତ
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି
ଚାଷୀଙ୍କୁ ଆଶ୍ୱସ୍ତି: ଧାନ ପଞ୍ଜୀକରଣ ଅବଧି ବଢ଼ିଲା ଆଉ ୭ ଦିନ
‘ମନ୍ କୀ ବାତ୍‌’ରେ ଓଡ଼ିଶାର ମୈଥିଲୀଙ୍କ କାହାଣୀ, ଇକୋ-ଟୁରିଜିମ୍‌ ବଦଳାଇଲା ଜୀବିକା
ନେପାଳକୁ ସହାୟତା , ୬୮.୫ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

୧୮ ବର୍ଷରୁ ଅଧିକଙ୍କୁ ଦିଆଯିବ ବୁଷ୍ଟର ଡୋଜ

0

ଏବେ ୧୮ବର୍ଷରୁ ଅଧିକ ସମସ୍ତଙ୍କୁ ମିଳିବ ବୁଷ୍ଟର ଡୋଜ । କେନ୍ଦ୍ର ସରକାର ଏନେଇ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏପ୍ରିଲ ୧୦ ତାରିଖରୁ ଦେଶରେ ୧୮ ବର୍ଷରୁ ଅଧିକ ସମ୍‌ସ୍ତେ ବୁଷ୍ଟର ଡୋଜ ନେଇପାରିବେ । କେନ୍ଦ୍ର ସରକାରଙ୍କ ସୂଚନା ମୁତାବକ,୧୮ ବର୍ଷରୁ ଅଧିକ ଓ ୯ ମାସ ପୂର୍ବରୁ ଟିକାର ଉଭୟ ଡୋଜ ନେଇଥିବା ଲୋକଙ୍କୁ ବୁଷ୍ଟର ଡୋଜ ଦିଆଯିବ ।

ତେବେ ଦେଶର ସମସ୍ତ ଘରୋଇ ଟିକାକରଣ କେନ୍ଦ୍ରରେ ଏହି ଟିକା ଉପଲବ୍ଧ ହେବ । ସେପଟେ ସରକାରୀ ଟିକାକରଣ କେନ୍ଦ୍ରରେ ପୂର୍ବଭଳି ଟିକାର ଉଭୟ ଡୋଜ ମିଳିବ ଏହା ସହ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କ ସେହି ଟିକାକରଣ କେନ୍ଦ୍ରରେ ବୁଷ୍ଟର ଡୋଜ ଦିଆଯିବ । ମିଳିଥିବା ସୂଚନା ମୁତାବକ ଦେଶରେ ୧୫ ବର୍ଷରୁ ଅଧିକ ବୟସର ପିଲା ଗୋଟେ ଟିକା ନେଇଥିବା ସଂଖ୍ୟା ୯୬ ପ୍ରତିଶତ ରହିଛି ।ସେହିପରି ୮୩ ପ୍ରତିଶତ ଡବଲ ଡୋଜ ଅର୍ଥାତ ଦୁଇଟି ଯାକ ଟିକା ନେଇଛନ୍ତି ।

Leave A Reply

Your email address will not be published.