ପ୍ରମୁଖ ଖବର

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ୍ ଦୁର୍ଘଟଣା; ୨ ମୃତ, ଅନେକ ଆହତ
ମୁଖ୍ୟମନ୍ତ୍ରୀଙ୍କ ପତାକା ପ୍ରଦର୍ଶନରେ ଆରମ୍ଭ ହେଲା ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’
୨୦ ଜୁନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରକାଶ ପାଇଲା ମିନିଟ୍‌-ଟୁ-ମିନିଟ୍ କାର୍ଯ୍ୟସୂଚୀ
ନିର୍ମାଣାଧୀନ ପୋଲ ତଳକୁ ଖସିଗଲା ବାଇକ, ୨ ଯୁବକଙ୍କ ମୃତ୍ୟୁ
୧୮ରୁ ଖୋଲିବ ସମସ୍ତ ସ୍କୁଲ, ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ

ଯେତେ ଖୋଳିଲେ ସେତେ ବାହାରୁଛି, କୁବେର ଯନ୍ତ୍ରୀଙ୍କ କୋଟି କୋଟି ସମ୍ପତ୍ତି

0

କୁବେର ଯନ୍ତ୍ରୀଙ୍କ ଟଙ୍କା ହିସାବ କରି କରି ହାଲିଆ ହୋଇଗଲେଣି ଭିଜିଲାନ୍ସ ଅଧିକାରୀ । ଯେତେ ଖୋଳିଲେ ସେତେ ବାହାରୁଛି ଟଙ୍କା ।ଆଜି ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ଦ୍ୱିତୀୟ ପତ୍ନୀଙ୍କ ଭଉଣୀ ଘରୁ ଜବତ ହୋଇଛି କୋଟିଏ ୪ ଲକ୍ଷ ଟଙ୍କା । ସାଲିଆ ସାହି ସ୍ଥିତ ଘରୁ ଏହି ଟଙ୍କା ଜବତ କରିଛି ଭିଜିଲାନ୍ସ । ଏହା ସହ ୩୫୪ ଗ୍ରାମର ସୁନା ଜବତ ହୋଇଛି । ଝୁମ୍ପୁଡି ଘରୁ ଏତେ ଟଙ୍କା ଜବତ ହେବା ଦେଖି ଭିଜିଲାନ୍ସ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।କାର୍ତ୍ତିକେଶ୍ବର ଙ୍କ ଦ୍ୱିତୀୟ ପତ୍ନୀ,ଶାଳି ଓ ପୁତୁରା ଅଟକ ଅଛନ୍ତି ।

ରିମାଣ୍ଡରେ ଥିବା କାର୍ତ୍ତିକେଶ୍ବରଙ୍କ ସହ ୩ ଜଣଙ୍କୁ ମୁହାଁମୁହିଁ ଜେରା କରାଯାଉଛି । ଜେରା ବେଳେ ସୁନା ଓ ଟଙ୍କା ଭଉଣୀ ଘରେ ଥିବା କହିଥିଲେ କାର୍ତ୍ତିକେଶ୍ବରଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନ । ଭିଜିଲାନ୍ସ କାର୍ତ୍ତିକେଶ୍ବରଙ୍କଠୁ ୪.୭୬ କୋଟି ଟଙ୍କାର ସମ୍ପତ୍ତି ଜବତ କଲାଣି । କେବଳ ୨ କୋଟିରୁ ଅଧିକ ନଗଦ ଟଙ୍କା ଜବତ ହୋଇଥିଲା । ଏହି ସମ୍ପତ୍ତି ତାଙ୍କ ଆୟଠାରୁ ୭ ଗୁଣ ଅଧିକ ।

ଗତକାଲି କାର୍ତ୍ତିକେଶ୍ବରଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ୩ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା ବେଳେ ଆହୁରି କଳା ଟଙ୍କାର ଖୁଲାସା ହୋଇପାରେ । ୧୯୯୫ ମସିହାରେ କାର୍ତ୍ତିକେଶ୍ବର ରାଉଳ କ୍ଷୁଦ୍ର ଜଳସେଚନ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ କାମ କରୁଥିଲେ । ଏହା ପରେ ୨୦୧୩ରେ ସହକାରୀ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇଲେ । ।ତେବେ ଏତେ ଟଙ୍କା କାର୍ତ୍ତିକେଶ୍ବର କେଉଁଠୁ ଆଣିଲେ ତାକୁ ନେଇ ଏବେ ପ୍ରଶ୍ନ ଉଠୁଛି ।

Leave A Reply

Your email address will not be published.