ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

‘ସରକାରକୁ ଆସିଲ, ସୈତାନଙ୍କୁ ସାବାଡ଼ କର’

0

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆମେରିକା ମାଟିରୁ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କୁ ବାର୍ତ୍ତା ଦେଇଛନ୍ତି । ରାଜନାଥ ଏବେ ଆମେରିକା ଗସ୍ତରେ ଅଛନ୍ତି । ସେଠାରୁ ସେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କୁ ଶୁଭେଚ୍ଛା ଜଣାଇବା ସହ ଏକ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି, ପଡୋଶୀ ଦେଶ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀଙ୍କୁ ଏହି ସନ୍ଦେଶ ଦେବାକୁ ଚାହୁଁଛୁ ଯେ, ଦେଶରେ ଆତଙ୍କବାଦୀ ରୋକିବା ଦିଗରେ ସେ ସଫଳ ହୁଅନ୍ତୁ । ଏଥିପାଇଁ ଆମେ ତାଙ୍କୁ ଶୁଭେଚ୍ଛା ଜଣାଉଛୁ ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟୁଇଟ କରି ଶାହାବାଜ ସରିଫଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହା ସହ ମୋଦୀ କହିଥିଲେ, ଭାରତ ଶାନ୍ତି ଓ ସ୍ଥିରତା ଚାହୁଁଛି ଯାହା ଆତଙ୍କବାଦରୁ ମୁକ୍ତ ହୋଇଥିବ, ଫଳରେ ଆମେ ବିକାଶର ଆହ୍ୱାନ ଉପରେ ଧ୍ୟାନ ଦେଇପାରିବା ଓ ଲୋକଙ୍କ କଲ୍ୟାଣ, ସମୃଦ୍ଧତାକୁ ନିଶ୍ଚିତ କରିପାରିବା ।

ଶାହାବାଜ ସରିଫ ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବା ପରେ ମୋଦୀଙ୍କୁ ବାର୍ତ୍ତା ଦେଇ କହିଥିଲେ ଯେ, କାଶ୍ମୀରବାସୀଙ୍କ ଇଚ୍ଛା ଅନୁଯାୟୀ କାଶ୍ମୀର ସମସ୍ୟାର ସମାଧାନ ହେବା ଉଚିତ ।ଶାହାବାଜ ସରିଫ କହିଛନ୍ତି ଯେ, ଆମେ ଭାରତ ସହିତ ଭଲ ସମ୍ପର୍କ ଚାହୁଁଛୁ । କିନ୍ତୁ କାଶ୍ମୀର ପ୍ରସଙ୍ଗରେ ଶାନ୍ତିପୂର୍ଣ୍ଣ ସମାଧାନ ନମିଳିବା ପର୍ଯ୍ୟନ୍ତ ଏହା ସମ୍ଭବ ନୁହେଁ ।

ସେ ଏହା ବି କହିଛନ୍ତି , ଆମେ କାଶ୍ମୀରବାସୀଙ୍କୁ ଦୁଃଖରେ ଛାଡିପାରିବୁ ନାହିଁ । କୂଟନୈତିକ ସ୍ତରରେ କାଶ୍ମୀରବାସୀଙ୍କୁ ଆମର ସମର୍ଥନ ଜାରି ରହିବ ।କାଶ୍ମୀରରେ ଦାରିଦ୍ର ସମାପ୍ତ ହେବା ଉଚିତ । ଶାହାବାଜ ୩୭୦ ଧାରା ଉପରେ ମଧ୍ୟ ବୟାନ ଦେଇଛନ୍ତି । ସେ ଭାରତକୁ ନେଇ କୌଣସି ବିବୃତ୍ତି ରଖିନାହାନ୍ତି , କିନ୍ତୁ ପାକିସ୍ତାନର ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

Leave A Reply

Your email address will not be published.