ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

‘ସରକାରକୁ ଆସିଲ, ସୈତାନଙ୍କୁ ସାବାଡ଼ କର’

0

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆମେରିକା ମାଟିରୁ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କୁ ବାର୍ତ୍ତା ଦେଇଛନ୍ତି । ରାଜନାଥ ଏବେ ଆମେରିକା ଗସ୍ତରେ ଅଛନ୍ତି । ସେଠାରୁ ସେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କୁ ଶୁଭେଚ୍ଛା ଜଣାଇବା ସହ ଏକ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି, ପଡୋଶୀ ଦେଶ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀଙ୍କୁ ଏହି ସନ୍ଦେଶ ଦେବାକୁ ଚାହୁଁଛୁ ଯେ, ଦେଶରେ ଆତଙ୍କବାଦୀ ରୋକିବା ଦିଗରେ ସେ ସଫଳ ହୁଅନ୍ତୁ । ଏଥିପାଇଁ ଆମେ ତାଙ୍କୁ ଶୁଭେଚ୍ଛା ଜଣାଉଛୁ ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟୁଇଟ କରି ଶାହାବାଜ ସରିଫଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହା ସହ ମୋଦୀ କହିଥିଲେ, ଭାରତ ଶାନ୍ତି ଓ ସ୍ଥିରତା ଚାହୁଁଛି ଯାହା ଆତଙ୍କବାଦରୁ ମୁକ୍ତ ହୋଇଥିବ, ଫଳରେ ଆମେ ବିକାଶର ଆହ୍ୱାନ ଉପରେ ଧ୍ୟାନ ଦେଇପାରିବା ଓ ଲୋକଙ୍କ କଲ୍ୟାଣ, ସମୃଦ୍ଧତାକୁ ନିଶ୍ଚିତ କରିପାରିବା ।

ଶାହାବାଜ ସରିଫ ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବା ପରେ ମୋଦୀଙ୍କୁ ବାର୍ତ୍ତା ଦେଇ କହିଥିଲେ ଯେ, କାଶ୍ମୀରବାସୀଙ୍କ ଇଚ୍ଛା ଅନୁଯାୟୀ କାଶ୍ମୀର ସମସ୍ୟାର ସମାଧାନ ହେବା ଉଚିତ ।ଶାହାବାଜ ସରିଫ କହିଛନ୍ତି ଯେ, ଆମେ ଭାରତ ସହିତ ଭଲ ସମ୍ପର୍କ ଚାହୁଁଛୁ । କିନ୍ତୁ କାଶ୍ମୀର ପ୍ରସଙ୍ଗରେ ଶାନ୍ତିପୂର୍ଣ୍ଣ ସମାଧାନ ନମିଳିବା ପର୍ଯ୍ୟନ୍ତ ଏହା ସମ୍ଭବ ନୁହେଁ ।

ସେ ଏହା ବି କହିଛନ୍ତି , ଆମେ କାଶ୍ମୀରବାସୀଙ୍କୁ ଦୁଃଖରେ ଛାଡିପାରିବୁ ନାହିଁ । କୂଟନୈତିକ ସ୍ତରରେ କାଶ୍ମୀରବାସୀଙ୍କୁ ଆମର ସମର୍ଥନ ଜାରି ରହିବ ।କାଶ୍ମୀରରେ ଦାରିଦ୍ର ସମାପ୍ତ ହେବା ଉଚିତ । ଶାହାବାଜ ୩୭୦ ଧାରା ଉପରେ ମଧ୍ୟ ବୟାନ ଦେଇଛନ୍ତି । ସେ ଭାରତକୁ ନେଇ କୌଣସି ବିବୃତ୍ତି ରଖିନାହାନ୍ତି , କିନ୍ତୁ ପାକିସ୍ତାନର ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

Leave A Reply

Your email address will not be published.