ପ୍ରମୁଖ ଖବର

ଦୁଇ ଭାଗ ହେଲା ଫଲକନୁମା ଏକ୍ସପ୍ରେସ୍
ଆତ୍ମସମର୍ପଣ କଲେ ୩୧ ମାଓବାଦୀ
ବାଲେଶ୍ୱର ଜିଲାରେ ଥିବା ରିଜର୍ଭ ପୋଲିସ ବାରାକରେ ଜଣେ ମହିଳା ପୋଲିସ କନଷ୍ଟେବଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଏକ କାର୍ ଭିତରୁ ୧୩୦ କିଲୋ ଗଞ୍ଜେଇ ଜବତ
ପଞ୍ଜାବର ଜଳନ୍ଧରରେ ଭାଜପା ନେତା ମନୋରଞ୍ଜନ କାଳିଆଙ୍କ ଘର ବାହାରେ ଏକ ବିସ୍ଫୋରଣ

0

ସଇତାନ ସାଜିଲା ଭାଇ । ଜମିଜମା ବିବାଦରୁ ଚାଲିଗଲା ଜୀବନ । ବଡ଼ ଭାଇର ପୁରା ପରିବାରକୁ ମାରି ସଫା କରିଦେଲା ସାନ ଭାଇ । ବଡ଼ ଭାଇର ପରିବାରର ୫ ଜଣଙ୍କୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କରିଛି ସାନ ଭାଇ । କଟକ ମାହାଙ୍ଗାରେ ଏଭଳି ଗଣହତ୍ୟା ଘଟିଛି । ଏହି ହତ୍ୟାକାଣ୍ଡ ପରେ କଟକ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ କେଶପୁର ଗାଁରେ ପୁରା ଚାଞ୍ଚଲ୍ୟ ଖେଳିଯାଇଛି । ମୃତକ ହେଲେ ଅଲେଖ ସାହୁ, ସ୍ତ୍ରୀ ରଶ୍ମି ସାହୁ, ଝିଅ ପାଏଲ, ପୁଅ ଗୁଡୁ ଓ ଟୁବୁ ।

ଖବର ଅନୁଯାୟୀ କିଛି ଦିନ ପୂର୍ବେ ଦୁଇ ଭାଇଙ୍କ ମଧ୍ୟରେ ଜମିବାଡି ବିବାଦକୁ ନେଇ ପାଟିତୁଣ୍ଡ ହୋଇଥିଲା । ସେପଟେ ହତ୍ୟା କରିବା ପରେ ସାନ ଭାଇ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଛି । ସେ ହତ୍ୟା କରିଥିବା ଭିଡିଓରେ ସ୍ୱୀକାର କରିଛି । ହତ୍ୟା କରିବା ପରେ ଭିଡିଓରେ ସାନ ଭାଇ କହୁଛି, ମୁଁ ଶିବ ପ୍ରସାଦ କହୁଛି । ପାରିବାରିକ କଳହ ସକାଶେ ମୋର ଭାଇଙ୍କ ସହ ତିକ୍ତତା ଲାଗି ରହିଥିଲ।। ସେମାନେ ମୋତେ କାଲି ରାତିରେ ସମସ୍ତେ ମିଶି ବାଡେଇଲେ । ମୁଁ ମାନସିକ ସ୍ଥିତି ହରାଇ ବସିଲି । ମୁଁ ବି ରାଗିକି ସେମାନଙ୍କୁ ଜୀବନରେ ମାରିଦେଲି’ । ଏହି ଭିଡିଓରୁ ସ୍ପଷ୍ଟ ହୋଇଯାଇଛି ଶିବ ପ୍ରସାଦ ତା ବଡ଼ଭାଇ ପରିବାରକୁ ମାରି ସଫା କରିଦେଇଛି ।

Leave A Reply

Your email address will not be published.