ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

0

ସଇତାନ ସାଜିଲା ଭାଇ । ଜମିଜମା ବିବାଦରୁ ଚାଲିଗଲା ଜୀବନ । ବଡ଼ ଭାଇର ପୁରା ପରିବାରକୁ ମାରି ସଫା କରିଦେଲା ସାନ ଭାଇ । ବଡ଼ ଭାଇର ପରିବାରର ୫ ଜଣଙ୍କୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କରିଛି ସାନ ଭାଇ । କଟକ ମାହାଙ୍ଗାରେ ଏଭଳି ଗଣହତ୍ୟା ଘଟିଛି । ଏହି ହତ୍ୟାକାଣ୍ଡ ପରେ କଟକ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ କେଶପୁର ଗାଁରେ ପୁରା ଚାଞ୍ଚଲ୍ୟ ଖେଳିଯାଇଛି । ମୃତକ ହେଲେ ଅଲେଖ ସାହୁ, ସ୍ତ୍ରୀ ରଶ୍ମି ସାହୁ, ଝିଅ ପାଏଲ, ପୁଅ ଗୁଡୁ ଓ ଟୁବୁ ।

ଖବର ଅନୁଯାୟୀ କିଛି ଦିନ ପୂର୍ବେ ଦୁଇ ଭାଇଙ୍କ ମଧ୍ୟରେ ଜମିବାଡି ବିବାଦକୁ ନେଇ ପାଟିତୁଣ୍ଡ ହୋଇଥିଲା । ସେପଟେ ହତ୍ୟା କରିବା ପରେ ସାନ ଭାଇ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଛି । ସେ ହତ୍ୟା କରିଥିବା ଭିଡିଓରେ ସ୍ୱୀକାର କରିଛି । ହତ୍ୟା କରିବା ପରେ ଭିଡିଓରେ ସାନ ଭାଇ କହୁଛି, ମୁଁ ଶିବ ପ୍ରସାଦ କହୁଛି । ପାରିବାରିକ କଳହ ସକାଶେ ମୋର ଭାଇଙ୍କ ସହ ତିକ୍ତତା ଲାଗି ରହିଥିଲ।। ସେମାନେ ମୋତେ କାଲି ରାତିରେ ସମସ୍ତେ ମିଶି ବାଡେଇଲେ । ମୁଁ ମାନସିକ ସ୍ଥିତି ହରାଇ ବସିଲି । ମୁଁ ବି ରାଗିକି ସେମାନଙ୍କୁ ଜୀବନରେ ମାରିଦେଲି’ । ଏହି ଭିଡିଓରୁ ସ୍ପଷ୍ଟ ହୋଇଯାଇଛି ଶିବ ପ୍ରସାଦ ତା ବଡ଼ଭାଇ ପରିବାରକୁ ମାରି ସଫା କରିଦେଇଛି ।

Leave A Reply

Your email address will not be published.