ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

ପାକିସ୍ତାନକୁ ଧମକାଇଲେ ଭାରତ ଏବଂ ଆମେରିକା

0

ସରିଫ ସରକାର ବିରୋଧରେ ମିଳିତ ବିବୃତି ଜାରି
ପାକ୍ ମାଟି ଆତଙ୍କବାଦୀଙ୍କ ପାଇଁ ବ୍ୟବହାର ହେବନି ନିଶ୍ଚିତ କର
ସବୁ ଆତଙ୍କବାଦୀ ସଂଗଠନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଅ

ନୂଆଦିଲ୍ଲୀ: ଇତିମଧ୍ୟରେ ପାକିସ୍ତାନରେ ସରକାର ବଦଳିଛି। ଠିକ୍ ଏହି ସମୟରେ ପାକିସ୍ତାନ ଉପରେ କଡା ଚାପ ସୃଷ୍ଟି କରିବା ଲାଗି ଉଭୟ ଭାରତ ଓ ଆମେରିକା ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଉଭୟ ଦେଶ ଏକ ମିଳିତ ବିବୃତି ଜାରି କରିଛନ୍ତି ଯେ ଆତଙ୍କବାଦ ବିରୋଧରେ ଦୃଢ ପଦକ୍ଷେପ ନିଅ। ଶାହବାଜ ସରିଫ ଦାୟିତ୍ବ ନେଉ ନେଉ ଭାରତ ଏବଂ ଆମେରିକାର ଏଭଳି ଆଭିମୁଖ୍ୟକୁ ଅନେକ ମୋଦୀ ସରକାରଙ୍କ ସଫଳ କୁଟନୀତିର ଅଂଶବିଶେଷ ବୋଲି ବର୍ଣ୍ଣନା କରୁଛନ୍ତି।

ଦୁଇଦିନ ତଳେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଭର୍ଚୁଆଲ ବୈଠକରେ ଏକାଠି ହୋଇଥିଲେ। ଏହି ବୈଠକରେ ଆମେରିକା ଭାରତକୁ ଖୋଲା ପ୍ରଶଂସା କରିଥିଲା। ସେହିଭଳି ଆମେରିକା ଓ ଭାରତ ମଧ୍ୟରେ ଟୁ ପ୍ଲସ୍ ଟୁ ବୈଠକ ବି ସଫଳ ହୋଇଥିଲା।

ଏହା ପରେ ପରେ ଏକ ମିଳିତ ବିବୃତି ଜରିଆରେ ଉଭୟ ଦେଶ ପାକିସ୍ତାନ ଉପରେ ଚାପ ସୃଷ୍ଟି କରିଛନ୍ତି। ଆମେରିକା ଓ ଭାରତ ପକ୍ଷରୁ ଜାରି କରାଯାଇଥିବା ମିଳିତ ବିବୃତିରେ କୁହାଯାଇଛି ଯେ ପାକିସ୍ତାନ ସରକାର ତୁରନ୍ତ ଅଲ-କଏଦା, ଆଇଏସ୍‌ଆଇଏସ୍‌, ଲସ୍କର-ଇ-ତୋଇବା, ଜୈଶ-ଇ-ମୋହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନ ଭଳି ଆତଙ୍କବାଦୀ ଅନୁଷ୍ଠାନ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନେଉ। ପାକିସ୍ତାନର ମାଟି ଯେପରି ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଆଦୌ ବ୍ୟବହାର ନହୁଏ ସେଥିପାଇଁ ସତର୍କ ରହିବାକୁ ଉଭୟ ଭାରତ ଏବଂ ଆମେରିକା ଚେତାବନୀ ଦେବା ଘଟଣା ସରିଫ ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି।
ଉଲ୍ଲେଖଥାଉକି, ବର୍ଷ ବର୍ଷ ଧରି ପାକିସ୍ତାନ ସରକାର ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଇ ଆସୁଥିବା ନଜିର ରହିଛି। ଏହି ପ୍ରସଙ୍ଗ ଭାରତ ବିଭିନ୍ନ ସ୍ତରରେ ଉଠାଇ ପାକିସ୍ତାନକୁ ଘେରିଆସିଥିଲା।

Leave A Reply

Your email address will not be published.