ପ୍ରମୁଖ ଖବର

୨୦୨୭ରେ ହେବାକୁ ଥିବା ୩୯ତମ ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ହୋଷ୍ଟ ଷ୍ଟେଟ୍ ଏଗ୍ରିମେଣ୍ଟ (HSA) ସ୍ୱାକ୍ଷରିତ
ଓଡ଼ିଶାର ୧୧ ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ
ଲାଲୁ-ରାବ୍ରୀଙ୍କୁ ବଙ୍ଗଳା ଖାଲି ନୋଟିସ, ରାବ୍ରୀଙ୍କ ଦୃଢ଼ ଜବାବ- ‘ଆମେ ଛାଡ଼ିବୁ ନାହିଁ’
ପୁଅ ଯତିନ୍ଦ୍ରଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦାବି କଲେ ସିଦ୍ଧରମେୟା
‘ଶନିବାରଠାରୁ ଆରମ୍ଭ ହେବ ଏସ୍‌ଆଇଆର୍ କାର୍ଯ୍ୟକ୍ରମ
ସିଦ୍ଧରମେୟାଙ୍କ ଇସ୍ତଫା ଗ୍ରହଣ, ଡିକେ ଶିବକୁମାର ହେବେ ନୂଆ ମୁଖ୍ୟମନ୍ତ୍ରୀ

ବିବାହ ବନ୍ଧନରେ ବାନ୍ଧିହେଲେ ଆଲିଆ-ରଣବୀର

0

ଶେଷରେ ସରିଛି ବିବାହ । ପତି, ପତ୍ନୀ ହୋଇଛନ୍ତି ରଣବୀର-ଆଲିୟା । ଦୀର୍ଘଦିନ ଧରି ହେଉଥିବା ଅପେକ୍ଷା ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିବାହ ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ କୌଣସି ହାତଛଡା କରିନାହାନ୍ତି ଏହି ପ୍ରେମୀ ଯୁଗଳ ।ବିବାହରେ ଉଭୟ ରଣବୀର ଆଲିୟା ସବ୍ୟସାଚୀଙ୍କ ଦ୍ୱାରା ପ୍ରସ୍ତୁତ ଆଉଟଫିଟ୍ ପିନ୍ଧିଥିଲେ । ବିବାହ ଉତ୍ସବରେ ବଲିଉଡ଼ର କିଛି କିଛି ବଛା ସେଲିବ୍ରେଟି ଯୋଗଦେଲେ । ବିବାହରେ ସମସ୍ତେ ଧଳା ଓ ଗୋଲାପି ରଙ୍ଗର ଡ୍ରେସ କୋର୍ଡ ପିନ୍ଧି ଯୋଗ ଦେଇଥିଲେ ।

ରିପୋର୍ଟ ମୁତାବକ, ଆଲିଆ ଓ ରଣବୀର ବିବାହରେ ୪ ଜଣ ବ୍ରାହ୍ମଣ ଆସିଥିଲେ । ଏହି ୪ ଜଣ ମିଶି ରଣବୀର-ଆଲିଆଙ୍କ ବିବାହ କରିଛନ୍ତି । ରଣବୀର-ଆଲିଆଙ୍କ ବିବାହ କେବଳ ଦୁଇ ପରିବାରର ଘନିଷ୍ଠ ବନ୍ଧୁଙ୍କୁ ନେଇ ଆୟୋଜିତ ହୋଇଯାଇଛି । କିଛି ବଛା ବଛା ସେଲିବ୍ରେଟିଙ୍କୁ ଛାଡିଦେଲେ ଆଉ କାହାକୁ ବିବାହକୁ ଆମନ୍ତ୍ରିତ କରାଯାଇନଥିଲା । ଖୁବ ଜାକଜକମରେ ବିବାହ ଦିନ ୩ଟା ୩୦ ମିନିଟରେ ହୋଇଥିଲା ।ଆଗାମୀ ଦିନରେ ଏକ ବିରାଟ ପାର୍ଟି ଆୟୋଜନ ହେବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.