ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଆଜି ୧୧ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ

0

ଭୁବନେଶ୍ବର: ମୌସୁମୀ ଆଗୁଆ ଆସିବ। ପାଣିପାଗ ବିଭାଗର ଏଭଳି ପୂର୍ବାନୁମାନ ସମସ୍ତଙ୍କୁ ଆଶ୍ବସ୍ତ କରୁଛି। ହେଲେ ଏଥର ପାଣିପାଗ କିଛି ଭଲ ଖବର ନେଇ ସାଙ୍ଗରେ ଆସୁନାହିଁ। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ ଏଭଳି ଗୋଟିଏ ପୂର୍ବାନୁମାନ କଲେଣି। ଡ. ପଶୁପାଳକ କହିଛନ୍ତି ଯେ ଗତବର୍ଷ ଭଳି ଏବର୍ଷ ମୌସୁମୀ ସ୍ବାଭାବିକ ହେଲେ ବି ଏତେଟା ଖୁସି ଧରି ଆସୁନାହିଁ। କାରଣ ଜୁନ୍‌ରେ ମଧ୍ୟ ରାଜ୍ୟର କିଛି କିଛି ଅଞ୍ଚଳରେ ବର୍ଷା କମିବାର ଆଶଙ୍କା ରହିଛି। ବିଶେଷକରି ରାଜ୍ୟର ଦକ୍ଷିଣ ଭାଗକୁ ଏହି ମାସରେ ଭଲ ବର୍ଷାର ସମ୍ଭାବନା କ୍ଷୀଣ। ସେହିପରି ଚଳିତ ବର୍ଷ ଜୁଲାଇ ଓ ଅଗଷ୍ଟ‌ରେ ମୌସୁମୀ ବର୍ଷା କମ୍‌ ରହିବ। କେବଳ ସେତିକି ନୁହେଁ, ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିଜନିତ ବର୍ଷା ହେବାର ସମ୍ଭାବନା କମ୍‌। ଅକ୍ଟୋବରରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ଅର୍ଥାତ୍ ଅମଳ ସମୟରେ ଚାଷୀକୁ ବିପଦ ଆସିପାରେ ବୋଲି ଆଗୁଆ ସତର୍କ କରିଦିଆଯାଇଛି।

ଇତିମଧ୍ୟରେ ଦକ୍ଷିଣ-ପଶ୍ଚିମ ବାୟୁ ଆଣ୍ଡାମାନ୍‌ ନିକୋବର ଦ୍ବୀପପୁଞ୍ଜରେ ପହଞ୍ଚି ସାରିଲାଣି। ପାଗ ଅନୁକୂଳ ଥିବାରୁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ପୂର୍ବାନୁମାନ ଅନୁଯାୟୀ ୨୭ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁ ଯିବ।

ଏପଟେ ରାଜ୍ୟରେ ରାଜ୍ୟ‌ରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏବର୍ଷ ପ୍ରାକ୍ ମୌସୁମୀ ବର୍ଷା ପ୍ରଭାବ ନାହିଁ। ଏହା ପୂର୍ବରୁ କାଳବୈଶାଖୀ ବି ଉଭାନ ହୋଇଯାଇଛି। ସଂପ୍ରତି ପଶ୍ଚିମ ଓଡ଼ିଶା ତାତି କମୁନି। ଅସହ୍ୟ ଗରମ ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଲେଣି। ଆଉ ୪ ଦିନ ପର୍ଯ୍ୟନ୍ତ ଏମିତି ତାତି ଜାରି ରହିବ ବୋଲି ପାଣିପାଦ ବିଭାଗ ପୂର୍ବାନୁମାନ କରୁଛି। ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଅନୁଗୁଳ ଓ ଢେଙ୍କାନାଳ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି।

Leave A Reply

Your email address will not be published.