ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ଆଜି ୧୧ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ

0

ଭୁବନେଶ୍ବର: ମୌସୁମୀ ଆଗୁଆ ଆସିବ। ପାଣିପାଗ ବିଭାଗର ଏଭଳି ପୂର୍ବାନୁମାନ ସମସ୍ତଙ୍କୁ ଆଶ୍ବସ୍ତ କରୁଛି। ହେଲେ ଏଥର ପାଣିପାଗ କିଛି ଭଲ ଖବର ନେଇ ସାଙ୍ଗରେ ଆସୁନାହିଁ। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ ଏଭଳି ଗୋଟିଏ ପୂର୍ବାନୁମାନ କଲେଣି। ଡ. ପଶୁପାଳକ କହିଛନ୍ତି ଯେ ଗତବର୍ଷ ଭଳି ଏବର୍ଷ ମୌସୁମୀ ସ୍ବାଭାବିକ ହେଲେ ବି ଏତେଟା ଖୁସି ଧରି ଆସୁନାହିଁ। କାରଣ ଜୁନ୍‌ରେ ମଧ୍ୟ ରାଜ୍ୟର କିଛି କିଛି ଅଞ୍ଚଳରେ ବର୍ଷା କମିବାର ଆଶଙ୍କା ରହିଛି। ବିଶେଷକରି ରାଜ୍ୟର ଦକ୍ଷିଣ ଭାଗକୁ ଏହି ମାସରେ ଭଲ ବର୍ଷାର ସମ୍ଭାବନା କ୍ଷୀଣ। ସେହିପରି ଚଳିତ ବର୍ଷ ଜୁଲାଇ ଓ ଅଗଷ୍ଟ‌ରେ ମୌସୁମୀ ବର୍ଷା କମ୍‌ ରହିବ। କେବଳ ସେତିକି ନୁହେଁ, ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିଜନିତ ବର୍ଷା ହେବାର ସମ୍ଭାବନା କମ୍‌। ଅକ୍ଟୋବରରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ଅର୍ଥାତ୍ ଅମଳ ସମୟରେ ଚାଷୀକୁ ବିପଦ ଆସିପାରେ ବୋଲି ଆଗୁଆ ସତର୍କ କରିଦିଆଯାଇଛି।

ଇତିମଧ୍ୟରେ ଦକ୍ଷିଣ-ପଶ୍ଚିମ ବାୟୁ ଆଣ୍ଡାମାନ୍‌ ନିକୋବର ଦ୍ବୀପପୁଞ୍ଜରେ ପହଞ୍ଚି ସାରିଲାଣି। ପାଗ ଅନୁକୂଳ ଥିବାରୁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ପୂର୍ବାନୁମାନ ଅନୁଯାୟୀ ୨୭ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁ ଯିବ।

ଏପଟେ ରାଜ୍ୟରେ ରାଜ୍ୟ‌ରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏବର୍ଷ ପ୍ରାକ୍ ମୌସୁମୀ ବର୍ଷା ପ୍ରଭାବ ନାହିଁ। ଏହା ପୂର୍ବରୁ କାଳବୈଶାଖୀ ବି ଉଭାନ ହୋଇଯାଇଛି। ସଂପ୍ରତି ପଶ୍ଚିମ ଓଡ଼ିଶା ତାତି କମୁନି। ଅସହ୍ୟ ଗରମ ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଲେଣି। ଆଉ ୪ ଦିନ ପର୍ଯ୍ୟନ୍ତ ଏମିତି ତାତି ଜାରି ରହିବ ବୋଲି ପାଣିପାଦ ବିଭାଗ ପୂର୍ବାନୁମାନ କରୁଛି। ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଅନୁଗୁଳ ଓ ଢେଙ୍କାନାଳ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି।

Leave A Reply

Your email address will not be published.