ପ୍ରମୁଖ ଖବର

ବିଶ୍ୱର ତୃତୀୟ ବୃହତ୍ତମ ଅଟୋମୋବାଇଲ୍ ବଜାର ଭାରତ: ଗଡ଼କରୀ
ଉଚ୍ଚ ସମୁଦ୍ର ମତ୍ସ୍ୟ ଆହରଣକୁ ମିଳିଲା ପ୍ରୋତ୍ସାହନ
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି, ୨୧ରେ ରାଜ୍ୟ ନିର୍ବାଚନ କମିଶନଙ୍କ ଉଚ୍ଚସ୍ତରୀୟ ବୈଠକ
ଖୋଲିଲା ହୀରାକୁଦର ୧୦ଟି ଗେଟ୍ , ମହାନଦୀକୁ ଛଡ଼ାଗଲା ବନ୍ୟାଜଳ
ଭିଡ଼ ନିୟନ୍ତ୍ରଣ ପାଇଁ ରଥଯାତ୍ରାରେ ଅଧା ହେଲା ଭିଆଇପି କର୍ଡନ୍ ପାସ୍

ଭକ୍ତଙ୍କ ଗହଣରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା

0

ପୁରୀ: ଭକ୍ତଙ୍କ ପାଇଁ ଖୁସିଖବର । ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ନେଇ ଆସିଲା ଖୁସିଖବର । ଚଳିତଥର ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ସାମିଲ ହୋଇପାରିବେ ଭକ୍ତ । ଏନେଇ ଦଇତାପତି ନିଯୋଗ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର ସୂଚନା ଦେଇଛନ୍ତି ।

କରୋନା କଟକଣା କାରଣରୁ ଗତ ୨ ବର୍ଷ ହେବ ବିନା ଭକ୍ତରେ ସ୍ନାନଯାତ୍ରା ହେଉଥିଲା । ରୀତିନୀତି ଅନୁଯାୟୀ ସ୍ନାନଯାତ୍ରା ହେଉଥିଲେ ମଧ୍ୟ ଭକ୍ତଙ୍କ ବିନା ବଡଦାଣ୍ଡ ଖାଁ ଖାଁ ଦିଶୁଥିଲା । କିନ୍ତୁ ଏଥର ସ୍ନାନମଣ୍ଡପରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଭକ୍ତ । ଆଉ ଏଭଳି ଏକ ନିଷ୍ପତ୍ତି ଭକ୍ତ ମହଲରେ ଖୁସି ଆଣି ଦେଇଛି । ମହାପ୍ରଭୁଙ୍କୁ ସ୍ନାନବେଦୀରେ ଦେଖିବାର ଯେଉଁ ସ୍ୱପ୍ନ ଭକ୍ତଙ୍କର ଥିଲା ତାହା ପୁଣିଥରେ ଦୀର୍ଘ ୨ ବର୍ଷ ପରେ ପୁରା ହେବାକୁ ଯାଉଛି ।

Leave A Reply

Your email address will not be published.