ପ୍ରମୁଖ ଖବର

ଅଗଷ୍ଟ ୧ରୁ ବଦଳିବ ସ୍ପିଡ୍ ପୋଷ୍ଟ ନିୟମ, ଜାଣନ୍ତୁ କଣ ହେବ ପରିବର୍ତ୍ତନ
ରାଜ୍ୟସଭାରେ ପାସ୍ ହେଲା ଆଣ୍ଟି-ପେପର ଲିକ୍ ବିଲ୍, କଠୋର ଦଣ୍ଡବିଧାନକୁ ମଞ୍ଜୁରି
ଇଣ୍ଡିଆନ୍ ଆଇଡଲ୍-୧୬ ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ରାଜ୍ୟପାଳଙ୍କ ସମ୍ବର୍ଦ୍ଧନା
ସୋମେଶ କୁମାର ଉପାଧ୍ୟାୟ ହେଲେ ଭଦ୍ରକର ନୂତନ ଜିଲ୍ଲାପାଳ
ଦୀପାବଳି ସୁଦ୍ଧା ମହାନଦୀ ଜଳ ବିବାଦର ସମାଧାନ ଲକ୍ଷ୍ୟ
ଜୁଲାଇ ୩୧ ପର୍ଯ୍ୟନ୍ତ ଖୋର୍ଦ୍ଧାର ସମସ୍ତ ସ୍କୁଲ ଛୁଟି
ଜାପାନରେ ଶକ୍ତିଶାଳୀ ଭୂମିକମ୍ପ: ୨୮ ମୃତ, ୬୨ ଆହତ
ଇଥାନଲ୍ ବିବାଦ: ୧୧ କୋଟିର ମାନହାନି ମାମଲା କଲେ ନିତିନ୍ ଗଡ଼କରୀ

ଅବିନାଶ ମୃତ୍ୟୁ ମାମଲାରେ ପୁଲିସ ପାଇଛି କିଛି ସୁରାକ

0

ଭୁବନେଶ୍ବର: ଶିଖରଚଣ୍ଡୀ ପାହାଡ଼ରେ ସଫ୍ଟୱେର ଇଞ୍ଜିନିୟର ଅବିନାଶ ପ୍ରଧାନଙ୍କୁ ଜାଳିଦେବା ଘଟଣାରେ ସିସିଟିଭି କ୍ୟାମେରାରୁ ପୁଲିସକୁ ବଡ଼ ସୁରାକ ମିଳିଛି । ଶିଖରଚଣ୍ଡୀ ତୋରଣ ସାମ୍ନାରେ ଲାଗିଥିବା କ୍ୟାମେରା ଫୁଟେଜରୁ ଜଣାପଡ଼ିଛି, ଅବିନାଶ ଜଣେ ଯୁବକଙ୍କ ସହ ବାଇକ୍‌ରେ ବସି ପାହାଡ଼ ରାସ୍ତାରେ ଗଲେ । ଏହାର ପ୍ରାୟ ଘଣ୍ଟାଏ ପରେ ୨ଟି ବାଇକ୍‌ରେ ୪ଜଣ ସେହି ରାସ୍ତା ଦେଇ ଫେରିଲେ । ପୁଲିସ ଉକ୍ତ ବାଇକର ନମ୍ବର ପ୍ଲେଟ୍‌ରୁ ବାଇକ୍‌ ମାଲିକଙ୍କ ଠିକଣା ଖୋଜୁଛି । ସେମାନଙ୍କର ହତ୍ୟା ସହ ସମ୍ପୃକ୍ତି ଥିବା ସନ୍ଦେହରେ ତଦନ୍ତ ଚଳାଇଛି ।

ଶିଖରଚଣ୍ଡୀ ତୋରଣ ସାମ୍ନା ରାସ୍ତାରେ ଲାଗିଥିବା ଟ୍ରାଫିକ୍‌ ଭାଓଲେସନ ଡିଟେକ୍ସନ କ୍ୟାମେରା ସହ ଇନଫୋସିଟି, ଶିଖରଚଣ୍ଡୀ ଛକରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରାଯାଇଛି । ପୁଲିସ ଟିମ୍‌ ଅବିନାଶଙ୍କ ବାଇକ୍‌ ସହ ଅନ୍ୟ ୨ଟି ବାଇକ୍‌ର ସନ୍ଧାନ ପାଇଛି । ଗ୍ୟାଲାକ୍ସି ଗାର୍ଡେନରୁ ରାତି ସାଢ଼େ ୮ଟାରେ ଅବିନାଶ ଜଣେ ସାଙ୍ଗଙ୍କ ସହ ବାଇକ୍‌ରେ ବାହାରିଥିଲେ । ଉଭୟେ ଶିଖରଚଣ୍ଡୀ ପାହାଡ଼ ରାସ୍ତାରେ ଉପରକୁ ଯାଇଥିଲେ । ପ୍ରାୟ ଘଣ୍ଟାଏ ଯାଏ ଫେରିନଥିଲେ । କିନ୍ତୁ ରାତି ୯ଟା ୩୫ ମିନିଟ୍‌ରେ ୨ଟି ବାଇକ୍‌ ପାହାଡ଼ ରାସ୍ତା ଦେଇ ତଳକୁ ଆସିଥିଲା । ସେଥିରେ ୪ଜଣ ଯୁବକ ବସିଥିଲେ । ୪ଜଣ ଯୁବକ ଇନ୍‌ଫୋସିଟି ଥାନା ଆଡ଼େ ବାଇକ୍‌ ନ ନେଇ ପଥରଗାଡ଼ିଆ ରାସ୍ତା ଦେଇ ପଳାଇଥିଲେ ।

ପୁଲିସ ସନ୍ଦେହ କରୁଛି, ହତ୍ୟାରେ ଏମାନଙ୍କ ସମ୍ପୃକ୍ତି ରହିଛି । ଅବିନାଶଙ୍କ ସହ ଯାଇଥିବା ସାଙ୍ଗଙ୍କ ବାଦ୍‌ ଅନ୍ୟ ୩ଜଣ ବୋଧହୁଏ ପୂର୍ବରୁ ପାହାଡ଼ରେ ଛକି ରହିଥିବେ । ଅବିନାଶଙ୍କୁ ପାହାଡ଼ ଉପରକୁ ଆଣିବା ପରେ ସମସ୍ତେ ମିଶି ଲୋମଟାଙ୍କୁରା କାଣ୍ଡ ଘଟାଇଥିଲେ । ସେପଟେ ଅବିନାଶଙ୍କ ବାପା ଲଲାତେନ୍ଦୁ କହୁଛନ୍ତି, ରାତି ୮ଟା ୧୮ ମିନିଟ୍‌ରେ ପୁଅ ସାଙ୍ଗମାନଙ୍କ ସହ ଗ୍ୟାଲାକ୍ସି ଗାର୍ଡେନରେ ଥିବା କହିଥିଲା । କିନ୍ତୁ ପରେ ଆଉ ଫୋନ୍‌ ଉଠାଇଲାନି । ଏହି ସମୟରେ ଅବିନାଶ ସହ ଯେଉଁମାନେ ଥିଲେ, ସେମାନଙ୍କ ମଧ୍ୟରୁ କେହି ହତ୍ୟାରେ ସମ୍ପୃକ୍ତି ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି ।ଏହାବାଦ୍‌ ପୁଲିସ ଅବିନାଶଙ୍କ କଲ୍‌ ଡିଟେଲ୍ସ ରେକର୍ଡ ଯାଞ୍ଚ କରିଛି । ଗତକାଲି ରାତିରେ ସେ ବାପାଙ୍କ ବାଦ୍‌ ଅନ୍ୟ ୩ଜଣଙ୍କ ସହ କଥା ହୋଇଥିବା ତଥ୍ୟ ମିଳିଛି । ସେମାନଙ୍କୁ ଫୋନ୍‌ କରି ପୁଲିସ ପଚରାଉଚରା କରିଛି । ଅବିନାଶର କିଛି ସାଙ୍ଗଙ୍କ ବୟାନ ରେକର୍ଡ କରିଛି।

ସୂଚନାଯୋଗ୍ୟ, ବୁଧବାର ବିଳମ୍ବିତ ରାତିରେ ଏଠାରୁ ଅବିନାଶଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପୁଲିସ ଉଦ୍ଧାର କରିଥିଲା । ହେଲେ ହସ୍ପିଟାଲ ଯିବା ବାଟରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ପୁଲିସ ପ୍ରଥମେ ଆତ୍ମହତ୍ୟା ମାମଲା ରୁଜୁ କରିଥିଲା । ହେଲେ ପରିବାର ଲୋକଙ୍କ ଅଭିଯୋଗ ମୁତାବକ ପୁଲିସ ହତ୍ୟା ମାମଲା ରୁଜୁ କରିଛି ।

Leave A Reply

Your email address will not be published.