ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ନନ୍ଦନକାନନ ଭିତରେ ପର୍ଯ୍ୟଟକଙ୍କୁ ଆକ୍ରମଣ

0

ଭୁବନେଶ୍ବର: ନନ୍ଦନକାନନ ପରିସରରେ ପର୍ଯ୍ୟଟକଙ୍କୁ ମରଣାନ୍ତକ ଆକ୍ରମଣ କଲେ କର୍ମଚାରୀ। ସଫାରୀ ବସ୍ କର୍ମଚାରୀ ଗୋଡାଇ ଗୋଡାଇ ପିଟୁଥିବାରୁ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ନନ୍ଦନକାନନରାରେ ସଫାରୀ ବସ୍ ଟିକେଟକୁ କେନ୍ଦ୍ର କରି ଏପରି ଆକ୍ରମଣ ହୋଇଛି । ଏଥିରେ ଛତିଶଗଡ଼ରୁ ଆସିଥିବା ତିନି ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି । ସେମାନଙ୍କୁ ସଫାରୀ ବସ୍ କର୍ମଚାରୀ ଆକ୍ରମଣ କରିଥିବା ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି ।

ଛତିଶଗଡ଼ରୁ ଆସିଥିବା  ପ୍ରାୟ ୨୬ ପର୍ଯ୍ୟଟକ ସଫାରୀ ବୁଲିବାକୁ ଟିକେଟ କାଟିଥିଲେ ମଧ୍ୟ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ସେମାନଙ୍କୁ ବୁଲିବାକୁ ସଫାରୀ ଗାଡ଼ି ମିଳିନଥିଲା । ଏହାକୁ ନେଇ ପର୍ଯ୍ୟଟକମାନେ ସଫାରୀ କାଉଣ୍ଟରରେ ପାଟିଗୋଳ କରିଥିଲେ। ଏହାକୁ ନେଇ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ସଫାରୀ କର୍ମଚାରୀ  ସେମାନଙ୍କୁ ଠେଲାପେଲା କରିଥିଲେ । ଉତ୍ତେଜନା ବଢିବାରୁ ସଫାରୀ କର୍ମଚାରୀ ସ୍ଥାନୀୟ ଅଂଚଳର ପ୍ରାୟ ୫୦ ଲୋକଙ୍କୁ ଡାକି ଦେଇଥିଲେ। ପରେ ସେମାନେ ମିଳିତ ଭାବେ    ସଫାରୀ କାଉଣ୍ଟର ନିକଟରେ ଥିବା ଷ୍ଟିଲ ରଡ ଓପାଡ଼ି ପର୍ଯ୍ୟଟକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ଏହି ଆକ୍ରମଣ ଯୋଗୁ ୫ ଜଣ ଗୁରୁତର ହୋଇଛନ୍ତି ।

ଆହତ ପର୍ଯ୍ୟଟକମାନେ ନନ୍ଦନକାନନ ଥାନାରେ ବସ୍ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ବସ୍ କର୍ମଚାରୀମାନେ ମଧ୍ୟ ପର୍ଯ୍ୟଟକଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏଠି ପ୍ରଶ୍ନ ଉଠୁଛି ପର୍ଯ୍ୟଟକଙ୍କୁ କାହିଁକି ମାଡ ମାରିଲେ ସଫାରୀ କର୍ମଚାରୀ । ସେମାନଙ୍କୁ ମାଡ଼ ମାରିବାକୁ ଅଧିକାର ଦେଲା କିଏ ? ଏହି ସମୟରେ କ’ଣ କରୁଥିଲେ ନନ୍ଦନକାନନ କର୍ତ୍ତୃରକ୍ଷ ?

Leave A Reply

Your email address will not be published.