ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

୬ ଶିଶୁଙ୍କୁ କୂଅକୁ ଫିଙ୍ଗି ହତ୍ୟାକଲା ମା‘

0

ମୁମ୍ବାଇ: ରାଗରେ ନିଜ ଜନ୍ମ କଲା ଛୁଆଙ୍କୁ ବି ଭୁଲିଗଲା। ଜଣକ ପରେ ଜଣେ କରି ୬ଜଣ ଛୁଆଙ୍କୁ କୂଅକୁ ଫିଙ୍ଗି ଦେଲା ରାକ୍ଷସୀ ମା’। ଶେଷରେ ନିଜେ ବି ଆତ୍ମହତ୍ୟା କରିବାକୁ ଚେଷ୍ଟା କଲାମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲା ମହାଡ଼ରେ ଗତକାଲି ବିଳମ୍ଵିତ ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଶାଶୁଘର ଲୋକଙ୍କ ନିର୍ଯାତନା ସହି ନପାରି ମହିଳା ଜଣଙ୍କ ଏଭଳି ଚରମ ନିଷ୍ପତ୍ତି ନେଇଥିବା କହିଛନ୍ତି।

ସୂଚନାନୁଯାୟୀ, ମୁମ୍ଵାଇ ଠାରୁ ୧୦୦ କି.ମି ଦୂର ମହାଡ଼ର ଖାରାୱଲି ଗ୍ରାମର ଜଣେ ମହିଳାଙ୍କୁ ତାଙ୍କ ଶାଶୁ ଘର ଲୋକେ ଶାରିରୀକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଫଳରେ ମହିଳା ଜଣଙ୍କ ଏଥିରେ ଅତିଷ୍ଠ ହୋଇ ଗତକାଲି ବିଳମ୍ଵିତ ରାତିରେ ନିଜର ୬ ଶିଶୁଙ୍କୁ କୂଅକୁ ଫିଙ୍ଗି ହତ୍ୟା କରିଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ୬ ଶିଶୁଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଶିଶୁଙ୍କ ବୟସ ଯଥାକ୍ରମେ ୧୮ ମାସରୁ ୧୦ ବର୍ଷ ମଧ୍ୟରେ ହେବ ବୋଲି ସୂଚନା ମିଳିଛି। ମହିଳାଙ୍କୁ ଅଟକ ରଖି ପୋଲିସ ପଚରାଉଚୁରା କରୁଛି।

ଗାଁ ଲୋକଙ୍କଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। କୂଅ ଭିତରୁ ୬ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ମୃତକଙ୍କ ମଧ୍ୟରେ ୫ ଜଣ ନାବାଳିକା ଥିବା ବେଳେ ଜଣେ ନାବାଳକ ଥିବା ଜଣାପଡିଛି। ମୃତ ଛୁଆଙ୍କ ବୟସ ୧୮ ମାସରୁ ୧୦ ବର୍ଷ ଭିତରେ ରହିଛି। ସ୍ଥାନୀୟ ବିଧାୟକ ଭରତ ଗୋଗାୱଲେ ଘଟଣାସ୍ଥଳକୁ ଯାଇ ଘଟଣାର ଛାନବିନ୍ କରି ପ୍ରକୃତ ସତ୍ୟ ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୩୦ ବର୍ଷୀୟ ମା’ ବିରୋଧରେ ପୁଲିସ ହତ୍ୟା ମାମଲା ରୁଜୁ କରି ଗିରଫ କରିଛି। ଏହି ଘଟଣା ପରେ ପୂରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

 

Leave A Reply

Your email address will not be published.