ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ଓଡିଶା ଆସିବ ଡାକୋଟା

0

ଭୁବନେଶ୍ୱର: ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ ଡାକୋଟା ଆସିବ ଓଡିଶା। ଦୀର୍ଘ ସମୟ ପ୍ରତୀକ୍ଷା ପରେ ଏ ଦିଗରେ ବଡ଼ ପଦକ୍ଷେପ ନେଇଛି ରାଜ୍ୟ ପରିବହନ ବିଭାଗ । ଡାକୋଟା ବିମାନକୁ ଓଡ଼ିଶା ଆଣିବା ପାଇଁ ପରିବହନ ବିଭାଗ ଡାକିଛି ଟେଣ୍ଡର ।

କୋଲକାତା ବିମାନବନ୍ଦରରେ ପଡ଼ି ରହିଥିବା ଡାକୋଟା (ଡିସି-୩) ବିମାନକୁ ଖୋଲି ଏହାର ଯନ୍ତ୍ରପାତି ଓ ବିଭିନ୍ନ ଅଙ୍ଗକୁ ଅଲଗା କରି ଭୁବନେଶ୍ୱର ଅଣାଯିବ । ଯେଉଁ ସଂସ୍ଥା ଟେଣ୍ଡର ନେବ, ସେ ଏହି କାମ କରିବ । ଭୁବନେଶ୍ୱର ଆଣିବା ପରେ ପୁଣି ଥରେ ବିମାନର ଯନ୍ତ୍ରପାତି, ପାର୍ଟସକୁ ଯୋଡ଼ା ଯାଇ ବିମାନ ଛିଡ଼ା କରାଯିବ । ଯାହା ଖରାପ ବା ନଷ୍ଟ ହୋଇଥିବ, ତାହା ବଦଳରେ ନୂଆ ଲାଗିବ । ପୂରା ନବକଳେବର ହେବ ଡାକୋଟାର । ଏସବୁ କାମ କରିବ ଟେଣ୍ଡରଧାରୀ ସଂସ୍ଥା । ଟେଣ୍ଡର ଆହ୍ୱାନର ଶେଷ ତାରିଖ ୩୦ ଜୁଲାଇ । ଏହା ପୂର୍ବରୁ ପ୍ରି-ବିଡ୍‌ ବୈଠକ ହେବ । ବୈଠକରେ ଏହି ବିମାନକୁ କିଭଳି ଖୋଲି ଭୁବନେଶ୍ୱର ଅଣାଯିବ, ତାହା ଉପରେ ଆବେଦନକାରୀ କମ୍ପାନିମାନେ ନିଜ ନିଜର ଉପସ୍ଥାପନ ରଖିବେ । ସମ୍ଭବତଃ ସଡ଼କ ପଥରେ ହିଁ ବିମାନ ଅଣାଯିବ ।

ଭୁବନେଶ୍ୱର ଅଣାଯିବା ପରେ ବିମାନବନ୍ଦର ସମ୍ମୁଖ ଗୋଲେଇ ଛକରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଥିବା ଖାଲି ଜାଗାରେ ଏହି ଡାକୋଟା ସଂରକ୍ଷିତ ରଖାଯିବର ସୁଚନା ମିଳୁଛି । ଏଭଳି ଢଙ୍ଗରେ ତାହାକୁ ରଖାଯିବ, ତାହା ସଭିଙ୍କ ନଜର ଟାଣିବ । ଡାକୋଟା କହିବ ବିଜୁଙ୍କ ବୀରତ୍ୱ କାହାଣୀ । ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗ ଅଢ଼େଇ ଏକର ଜମି ଚିହ୍ନଟ କରିଛି । ମାତ୍ର ଏଯାବତ୍‌ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ଏନ୍‌ଓସି ଦେଇନାହିଁ । ଏନ୍‌ଓସି ପାଇଁ ଦୀର୍ଘଦିନ ଧରି ପରିବହନ ବିଭାଗ ଏହି ଟେଣ୍ଡର ଆହ୍ୱାନ କରିପାରିନଥିଲା । ମାତ୍ର ଏବେ ପରିବହନ ବିଭାଗ ନିଷ୍ପତ୍ତି ନେଲା, ଏନଓସି ପାଇଁ ଅପେକ୍ଷା କଲେ ପ୍ରକ୍ରିୟା ବିଳମ୍ବିତ ହେବ । ତେଣୁ ଏନ୍‌ଓସି ମିଳିବା ପୂର୍ବରୁ ଡାକୋଟାକୁ ଆଣିବା ପ୍ରକ୍ରିୟା ସାରିବାକୁ ସ୍ଥିର ହେଲା ।

ବିଜୁ ବାବୁ ଜଣେ ଦୁଃସାହସିକ ପାଇଲଟ ଥିଲେ । ତାଙ୍କ ବୀରତ୍ୱର ଗାଥା ଓଡ଼ିଶାରୁ ସୁଦୂର ଇଣ୍ଡୋନେସିଆ ପର୍ଯ୍ୟନ୍ତ ପରିବ୍ୟାପ୍ତ । ଏହାର ସ୍ମୃତି ସାଉଁଟି ରଖିଛି ଡାକୋଟା ବିମାନ । ଏହି ବିମାନ ଦୀର୍ଘବର୍ଷ ହେବ କୋଲକାତା ବିମାନବନ୍ଦରରେ ଖୋଲା ଆକାଶ ତଳେ ପଡ଼ିଛି । ଏହାକୁ ଓଡ଼ିଶା ଫେରାଇ ଆଣିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି ।

Leave A Reply

Your email address will not be published.