ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

0

ଢେଙ୍କାନାଳ: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିମାପଡ଼ା ସବ୍ ଡିଭିଜନର ଗ୍ରାମ୍ୟ ଉନ୍ନୟନ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ଦୁଷ୍ମନ୍ତ ଦେହୁରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଆଜି ସକାଳେ ଦୁଷ୍ମନ୍ତଙ୍କ ଢ଼େଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ପୈତୃକ ଘର ,ଟାଉନ ପ୍ଲାନିଂ ସ୍ଥିତ ଘର,ଦକ୍ଷିଣକାଳୀ ସ୍ଥିତ ଶ୍ୱଶୁର ଘର ଓ ମଙ୍ଗଳପୁର ସ୍ଥିତ ଫାର୍ମ ହାଉସରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଛନ୍ତି। ଏହା ସହିତ ନିମାପଡ଼ା ଓ ଭୁବନେଶ୍ୱରରେ ମଧ୍ୟ ଚଢ଼ାଉ ଚାଲିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ: ନିମାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ଭୁବନେଶ୍ବରସ୍ଥିତ ବାସଭବନ, ଢେଙ୍କାନାଳରେ ଥିବା ପୈତୃକ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବାର ଖବର ମିଳିଛି। ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ୨ଟି ସ୍ଥାନରେ ଚଢ଼ାଉ ଚାଲିଛି। ଏଥିସହିତ ପୈତୃକ ଗାଁ ଢେଙ୍କାନାଳର ଗୁଣଦେଈ ସମେତ ଢେଙ୍କାନାଳ ସହରର ୪ଟି ଜାଗାରେ ଛାନଭିନ ଚାଲିଛି। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ଘରେ ଏହି ଚଢ଼ାଉ ଚାଲିଛି।

Leave A Reply

Your email address will not be published.