ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ରାଷ୍ଟ୍ରପତି ନିର୍ବାଚନ ପାଇଁ ପହଁଞ୍ଚିଲା ବାଲାଟ ବକ୍ସ

0

ଭୁବନେଶ୍ବର; ଆସନ୍ତା ୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ଗତକାଲି ଭୁବନେଶ୍ୱରରେ ପହଞ୍ଚିଛି ବାଲାଟ ବକ୍ସ। ସୁରକ୍ଷା ବଳୟ ମଧ୍ୟରେ ଏହି ବାଲଟ ବକ୍ସ ଭୁବନେଶ୍ୱର ବିମାନବନ୍ଦରରୁ ବିଧାନସଭାକୁ ଅଣାଯାଇଥିଲା। ନିର୍ବାଚନ ଅଧିକାରୀଙ୍କ ସହିତ ପୁରା ଟିମ ମଧ୍ୟ ଓଡିଶାରେ ପହଞ୍ଚିଛନ୍ତି ।

ସେପଟେ ଓଡିଶା ବିଧାନସଭା ସଚିବାଳୟ ପକ୍ଷରୁ ରାଷ୍ଟ୍ରପତି ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଧାନସଭାର ପ୍ରଥମ ମହଲା ୫୪ ନମ୍ବର କଠୋରୀରେ ଜୁଲାଇ ୧୮ ତାରିଖ ଦିନ ୧୦ଟାରୁ ଅପରାହ୍ନ ୫ଟା ଯାଏଁ ଭୋଟ ଗ୍ରହଣ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିିଛି । ବିଧାନସଭାର ସମସ୍ତ ନିର୍ବାଚିତ ପ୍ରତିନିଧି ଏଠାରେ ଭୋଟ ଦେବେ । ଯଦି କୌଣସି ସାଂସଦ ଏଠାରେ ଭୋଟ ଦେବେ, ତେବେ ଭାରତ ନିର୍ବାଚନ କମିସନଙ୍କ ଠାରୁ ଅନୁମତି ଆଣିଥିବେ । ସେମାନେ ଅନୁମତି ପତ୍ର ପ୍ରିଜାଇଡିଂ ଅଫିସରଙ୍କୁ ଦେଖାଇ ଭୋଟ ଦେଇ ପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

Leave A Reply

Your email address will not be published.