ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ମଙ୍କିପକ୍ସକୁ ନେଇ ଗାଇଡ ଲାଇନ ଜାରି

0

ନୂଆଦିଲ୍ଲୀ; କରୋନା ପରେ ଏବେ ସାରା ବିଶ୍ୱରେ ବଢୁଛି ମଙ୍କିଫକ୍ସ ସଂକ୍ରମିତଙ୍କ ସଂଖ୍ୟା । ଏହାକୁ ନଜରରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଗାଇଡ ଲାଇନ ଜାରି କରାଯାଇଛି । ମନ୍ତ୍ରଣାଳୟର ଗାଇଡ ଲାଇନ ମୁତାବକ ବିଦେଶରୁ ଆସୁଥିବା ଲୋକମାନେ ନିଜ ଲୋକଙ୍କ ଠାରୁ କିଛି ଦିନ ଦୂରତା ରକ୍ଷା କରିବା ଆବଶ୍ୟକ । ଏହାସହ ମୃତ ଓ ରୋଗୀଣା ପଶୁ ପକ୍ଷୀଙ୍କ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।

ସୂଚନାଥାଉକି: ଗତ ଗୁରୁବାର ଦିନ କେରଳରେ ଜଣେ ବ୍ୟକ୍ତିଙ୍କ ଠାରେ ମଙ୍କିଫକ୍ସ ଚିହ୍ନଟ ହୋଇଥିଲା । ଏହି ବ୍ୟକ୍ତିଜଣଙ୍କ ବିଦେଶରୁ ଫେରିଥିଲେ । ମନ୍ତ୍ରଣାଳୟର କହିବା ମୁତାବକ ଏହାଏକ ସଂକ୍ରମିତ ରୋଗ । ଏଥିରେ ରୋଗୀଠାରେ ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଥାଏ । ମଙ୍କିଫକ୍ସ ସାଧାରଣତ ମଧ୍ୟ ଓ ପଶ୍ଚିମ ଆଫ୍ରିକାରେ ଦେଖିବାକୁ ମିଳିଥାଏ । ୨୦୦୩ ମସିହାରେ ପ୍ରଥମଥର ପାଇଁ ମଙ୍କିଫକ୍ସ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

Leave A Reply

Your email address will not be published.