ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ସପ୍ତାହେ ଯାଏ ମୌସୁମୀରେ ବ୍ରେକ୍ ଲାଗିବ

0

ଭୁବନେଶ୍ବର: ରାଜ୍ୟରେ ଧୀରେ ଧୀରେ ଏବେ ବର୍ଷାର ପରିମାଣ କମିବ। ଅଗଷ୍ଟ ପ୍ରଥମ ସପ୍ତାହରେ ମୌସୁମୀ ପୁଣି ଥରେ ସକ୍ରିୟ ହୋଇପାରେ। ପାଣିପାଗ ସ୍ଥିତି ଅନୁଧ୍ୟାନ କରି ଏଭଳି ଚିତ୍ର ଆଙ୍କୁଛନ୍ତି ସାର୍ଥକ ମିଶ୍ର। ଶ୍ରୀ ମିଶ୍ରଙ୍କ କହିବାନୁସାରେ, ଉପଗ୍ରହରୁ ଉତ୍ତୋଳନ କରାଯାଇଥିବା ପାଣିପାଗ ସମ୍ବନ୍ଧିତ ଚିତ୍ର ଦର୍ଶାଉଛି ଯେ, ଉତ୍ତର ଓ ଉତ୍ତର ଆଭ୍ୟନ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଆକାଶ କେତେକାଂଶ ରେ ମେଘୁଆ ରହିଛି। ରାଜ୍ୟର ଅନ୍ୟ ଅଞ୍ଚଳରେ ଆକାଶ ଆଂଶିକ ମେଘୁଆ ରହିବା ସହ ଖରାର ପ୍ରଭାବ ରହିଛି। ବର୍ତ୍ତମାନ ମୌସୁମୀ ଟ୍ରଫ ଦକ୍ଷିଣରୁ ଉତ୍ତର କୁ ଗତି କରିବାକୁ ଯାଉଛି। କୌଣସି କ୍ଷେତ୍ର ବା ସିଷ୍ଟମ୍ ର ପ୍ରଭାବ ଓଡ଼ିଶା ଉପରେ ନାହିଁ। ତେଣୁ ଆସନ୍ତା ୪-୫ ଦିନ ଯାଏଁ ରାଜ୍ୟର ସ୍ଥାନେ ସ୍ଥାନେ ଅଳ୍ପ ରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି। ରାଜ୍ୟରେ ଏହି ସମୟରେ ବର୍ଷା ପରିମାଣ କମିବ। ଆକାଶ କେତେକାଂଶ ରେ ମେଘୁଆ ରହିବା ସହ ଖରା ର ପ୍ରଭାବ ରହିବ। ଏହିଭଳି ପରିସ୍ଥିତି କୁ ମୌସୁମୀ ବ୍ରେକ ବୋଲି କୁହାଯାଏ।

Leave A Reply

Your email address will not be published.